ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଏକାବେଳେ ଦୁଇ ଭଉଣୀଙ୍କୁ ବିବାହ କରିଥିବା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

31/10/2019 at 12:08 PM

ଆନନ୍ଦପୁର ୩୧|୧୦: ଘଷିପୁରା ଥାନା ବାରିଗାଁ ନିକଟ ଏକ ବିଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଗୁହାଳିଆ ଗାଁର ରୋହିତ ଜେନା। ବିଲ ହୁଡ଼ାରେ ଥିବା ଏକ ଗଛ ତଳେ ମୃତ ଦେହ ପଡିରହିଥିବା ଦେଖି ସ୍ଥାନୀୟ ଲୋକେ ପରିବାର ଵର୍ଗ ଙ୍କୁ ଖବର କରିଥିଲେ। ମୃତକଙ୍କ ବେକରେ ଏକ ପ୍ଲାଷ୍ଟିକ ରଶି ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ରଶିର ଅନ୍ୟଭାଗ ଗଛରେ ଝୁଲୁଛି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି। ପାରିପାର୍ଶ୍ବିକ ପରିସ୍ଥିତି ଦେଖି ପୋଲିସ ଏହା ଏକ ଆତ୍ମହତ୍ୟା ବୋଲି ସନ୍ଦେହ କରିଛି। ହେଲେ ପରିବାର ଲୋକେ ରୋହିତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଛନ୍ତି।

ମୃତ ରୋହିତଙ୍କର ଦୁଇଟି ପତ୍ନୀ। ଦୁଇ ଭଉଣୀଙ୍କୁ ସେ ବାହା ହୋଇଥିଲେ। କୌଣସି କାରଣ ନେଇ ମନ ମାଳିନ୍ୟ ଯୋଗୁ ଦୁଇ ପତ୍ନୀ ନିଜ ବାପଘରକୁ ଚାଲିଯାଇଥିଲେ। ଗତ ମଙ୍ଗଳବାର ରୋହିତ ନିଜ ପତ୍ନୀ ମାନଙ୍କୁ ଆଣିବାକୁ ଯାଇଥିବା ବେଳେ ଆଜି ସକାଳୁ ବିଲରେ ତାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା।

   Related Posts