ମୃତ୍ୟୁ ପରେ ମଧ୍ୟ ହଲଚଲ ହୋଇଥାଏ ଶବ : ଜାଣନ୍ତୁ କାହିଁକି?

Published By : Prameya-News7 Bureau | September 18, 2019 IST

ସାଧାରଣତଃ ଏପରି ବୁଝାଯାଇଥାଏ ଯେ ମୃତ୍ୟୁ ପରେ ମନୁଷ୍ୟ ଶରୀରରେ କୌଣସି ପ୍ରତିକ୍ରିୟା ହୋଇନଥାଏ । କିନ୍ତୁ ଏପରି କିଛି ହୋଇନଥାଏ। ମୃତ୍ୟୁ ପରେ ମଧ୍ୟ ମନୁଷ୍ୟ ଶରୀରରେ ପ୍ରତିକ୍ରିୟା ହେଉଥାଏ। ଏହା ପାଖାପାଖି ବର୍ଷେ ଯାଏଁ ହୋଇଥାଏ। ଅଷ୍ଟେଲିଆର ଜଣେ ମହିଳା ବୈଜ୍ଞାନିକଙ୍କ ଦ୍ବାରା କରାଯାଇଥିବା ଗବେଷଣାରୁ ଏହା ବିଷୟରେ ଜଣାପଡ଼ିଥିଲା।

ଏହି ମହିଳା ବୈଜ୍ଞାନିକ ଜଣକ ଏକ ଶବ ଉପରେ ପାଖାପାଖି ୧୭ମାସ ଯାଏଁ ନଜର ରଖିଥିଲେ ଏବଂ ଶବର ସମସ୍ତ ପ୍ରତିକ୍ରିୟାକୁ ନିଜ କ୍ୟାମେରାରେ ଉତ୍ତୋଳନ କରିଥିଲେ। ତାଙ୍କ କହିବାନୁସାରେ ମନୁଷ୍ୟର ମୃତ୍ୟୁ ହୋଇଯାଉଥିଲେ ମଧ୍ୟ ମନୁଷ୍ୟ ଶରୀର ନିଶ୍ଚଳ ହୋଇନଥାଏ। ସେଥିପାଇଁ ଅନେକ ଥର ଲୋକେ ମୃତକୁ ମଧ୍ୟ ଜୀବିତ ବୋଲି ଭାବିଥାଆନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଥମେ ମୃତଦେହର ହାତକୁ ତାଙ୍କ ଶରୀରରେ ଲଗାଇ ରଖାଯାଇଥିଲା କିନ୍ତୁ କିଛି ଦିନ ପରେ ଦେଖିବାକୁ ମିଳିଥିଲା ଯେ ହାତ ଆପଣାଛାଏଁ ଶରୀରଠୁ ଦୂରକୁ ହଟିଯାଇଛି। ତାଙ୍କ ମତରେ ଏହା ଡିକମ୍ପୋଜିସନ ପାଇଁ ହୋଇଥାଇପାରେ କାରଣ ଧୀରେ ଧୀରେ ଶବ ଶୁଖିବା ସହ ଏହା ଗତିଶୀଳ ହୋଇଥାଏ।

ଏହି ମହିଳା ବୈଜ୍ଞାନିକ ପ୍ରତି ମାସରେ ଫ୍ଲାଇଟ୍ ଯୋଗେ କ୍ୟାନର୍ସରୁ ସିଡନି ଯାଉଥିଲେ। ସେ କହିଥିଲେ ଯେ ପିଲାଦିନୁ ତାଙ୍କର ଜାଣିବାକୁ ଇଚ୍ଛା ଥିଲା ଯେ ମନୁଷ୍ୟର ମୃତ୍ୟୁ ପରେ ଶରୀରର ଅବସ୍ଥା କିପରି ଥାଏ ଏବଂ ଏଥିରେ କି କି ପରିବର୍ତ୍ତନ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.