ଟିଟିଲାଗଡ ୧୭/୪:ଟିଟିଲାଗଡ ନିକଟ ଜଗୁଆ ଗାଁର ନିର୍ମାଣାଧୀନ ପୋଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । କଳା ରଙ୍ଗର ପଲସର ବାଇକ(OD03P9237) ପୋଲ ତଳେ ଚାପି ହୋଇରହିଥିବାବେଳେ ପାଖରେ ଯୁବକଙ୍କ ମୃତଦେହ ପଡିଥିଲା ।
ଯୁବକଙ୍କ ପରିଚୟ ମିଳିନି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଏହା ଦୁର୍ଘଟଣା ନା ଯୁବକଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।