scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗାଁ ନିକଟ ନାଳପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବିଷାକ୍ତ ମଦ ପିଇ ମୃତ୍ୟୁ ସନ୍ଦେହ

15/01/2020 at 10:50 AM

ଢେଙ୍କାନାଳ ୧୫।୦୧: ନାଳପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଢେଙ୍କାନାଳ ଜିଲ୍ଲା ବଡ଼ ବାହାଳ ଗାଁ ନିକଟରେ ଥିବା ଏକ ନଦୀ ପଠାରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ବ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ସକାଳ ସମୟରେ ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବଡ ବାହାଳ ଗାଁ ଦେଇ ଯାଇଥିବା ବଡଜୋର ନାଳ ପଠାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ନାଳ ପଠାରେ ମୃତଦେହ ପଡିଥିବାର ଦେଖି ଗ୍ରାମବାସୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି ।

ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ମୃତ ଯୁବକଙ୍କ ନାମ ଟୁକୁନା ନାୟକ ବୋଲି ଜଣାପିଡିଛି । ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ମଙ୍ଗଳବାର ଦିନ ରାତି ସମୟରୁ ସେ ନିକଟସ୍ଥ ଗାଁ କାରନ୍ଦା ଗାଁକୁ ଯାଇ ଆଉ ଘରକୁ ଫେରିଥିଲେ । ତେବେ ବୁଧବାର ଦିନ ତାଙ୍କ ମୃତଦେହ ଠାବ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କିନ୍ତୁ ପାଟିରୁ ତାଙ୍କର ରକ୍ତ ବାହାରୁଥିବାର ଦେଖି ସ୍ଥାନୀୟଲୋକ ଏହାକୁ ବିଷାକ୍ତ ମଦପାନ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ କରୁଛନ୍ତି । ସେପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ଜଣାପଡିବା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts