ନୂଆଦିଲ୍ଲୀ, ୨୦|୦୭: ରାଜଧାନୀ ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ରବିବାର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି କର୍ମଚାରୀଜଣଙ୍କ ୨୪ ଆକବର ରୋଡ ସ୍ଥିତ କାର୍ଯ୍ୟାଳୟରେ କାମ କରୁଥିବା ପୋଲିସ କହିଛି । ସର୍ଭାଣ୍ଟ କ୍ୱାଟରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ପୋଲିସ କର୍ମଚାରୀଙ୍କ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳି ନାହିଁ । ଆତ୍ମହତ୍ୟାର କାରଣ କଣ ହୋଇପାରେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏହାର କାରଣ ଖୋଜିବାରେ ଲାଗିଛି । ତଦନ୍ଚ ଚାଲିଥିବାରୁ ଅଧିକ କିଛି ସୂଚନା ଦେବାକୁ ପୋଲିସ ମନା କରିଛି ।
କର୍ମଚାରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଛେଦ ରିପୋର୍ଚ ଆସିବା ପରେ ଘଟଣା ବାବଦରେ ଅନେକ ତଥ୍ୟ ମିଳିପାରିବ । ପୋଲିସ ମୁଖ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ପଚରାଉଚୁରା କରୁଛି ।