ଭଡା ଘରେ ପଡିଛି ହେମନ୍ତଙ୍କ ମୃତଦେହ, ହତ୍ୟା ପରେ ଫୋପାଡିଦେଇଥିବା ଅନୁମାନ

Published By : Prameya-News7 Bureau | February 26, 2024 IST

ଭଞ୍ଜନଗର ୨୬/୦୨: ଗଞ୍ଜାମ ଜିଲ୍ଲା ପୋଲସରା ବଜାର ସାହି ଛକରେ ଅଭାବନିୟ ଘଟଣା । ଭଡା ଘରେ ପଡି ରହିଛି ଯୁବକର ମୃତଦେହ । ଛୁରି ଭୁଷି ହତ୍ୟା ହୋଇଥିବା ସୂଚନା । ମୃତକ ଜଣକ ହେଲେ ହେମନ୍ତ କନକ ଗୋହି (ଟିନିଆ) । ମୃତ ହେମନ୍ତ କନକଙ୍କ ଘର ଗୁଜୁରାଟ ଅଞ୍ଚଳ ବୋଲି ଜଣାପଡିଛି । ଗତ କିଛି ବର୍ଷ ହେବ ପୋଲସରା ଅଞ୍ଚଳର ଭଡା ଘରେ ରହି ଆସୁଥିଲେ ।

ଯାହା ଅନୁମାନ କରାଯାଉଛି ରବିବାର ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଘଟଣାସ୍ଥଳରେ ପୋଲସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉକ୍ତ ଘରର ଦୁଇମହଲା କୋଠାରେ ପଡି ରହିଛି ମୃତଦେହ । ଘଟଣା ସ୍ଥଳରେ ଲୋକଙ୍କ ମଧ୍ୟ ଭିଡ ଜମିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବାପରେ ପକୃତ କାରଣ ଜଣା ପଡିବ ବୋଲି ଜଣାପଡିଛି । ତେବେ କିଏ ଓ କାହିଁକି ଯୁବକକୁ ଛୁରୀ ଭୁସି ହତ୍ୟା କଲା ପକୃତ କାରଣ ଅସ୍ପଷ୍ଟ ରହିଥିବା ଜଣାପଡିଛି ।

you can also read...

wp:embed {"url":"https://www.prameyanews7.com/70-year-old-woman-murdered/","type":"wp-embed","providerNameSlug":"prameya-news-7"}
https://www.prameyanews7.com/70-year-old-woman-murdered/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.