ରେଳଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ, ଆର୍ପିଏଫ୍ ଖୋଜୁଛି ପରିଚୟ
19/09/2023 at 1:56 PM

କଣ୍ଟାବାଞ୍ଜି ୧୯।୦୯ : ରେଳଧାରଣା ଅଜଣା ଯୁବକଙ୍କ ମୃତଦେହ ଠାବ । ଆରପିଏଫ୍ର ତଦନ୍ତ ଆରମ୍ଭ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୁରିବାହାଲ ଯାଉଥିବା ରେଳ ଲାଇନ୍ ଘନାମହୁଲ ଗାଁ ନିକଟରେ ଘଟିଛି ଘଟଣା।
ଖବର ଅନୁଯାୟୀ, ଘନାମୁହଲ ଗାଁ ରେଳ ଲାଇନ୍ ପାଖରେ ଅଜଣା ଯୁବକଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ଆର୍ପିଏଫ୍କୁ ଖବର ଦେଇଥିଲେ । ଆର୍ପିଏଫ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ହେଲେ ଏବେ ଯାଏଁ ତାଙ୍କର କୌଣସି ପରିଚୟ ମିଳିପାରିନାହିଁ । ତେବେ ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ସନ୍ଦେହ କରୁଛି ଆରପିଏଫ୍ । ଯୁବକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ମୁଣ୍ଡ ଏବଂ ଗଣ୍ଡି ଅଲଗା ଅଲଗା ହୋଇପଡିଛି ।
Related Posts
ହକି ଇଣ୍ଡିଆ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ : ହକି ଓଡ଼ିଶା ତଥା ରାଜ୍ୟ ସଂଘକୁ ଅଣଦେଖା
30 September 2023
ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଗିରଫ
30 September 2023