ଯୁବକଙ୍କ ରକ୍ତାକ୍ତ ମୃତଦେହ ଠାବ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | February 12, 2024 IST

ଘଟଗାଁ ୧୨।୦୨ : କେନ୍ଦୁଝର ଜିଲ୍ଲା ଦୈତାରି ଥାନା ବ୍ରହ୍ମଣୀପାଳ ହାଟପଡିଆରେ ଅଘଟଣ । ପଡିଆରେ ପଡିଛି ଯୁବକଙ୍କ ମୃତଦେହ । ମୃତ ଯୁବକ ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ପଞ୍ଚାୟତ କୁନ୍ତଳାସାହିର ନିଶିକାନ୍ତ ପାତ୍ର ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ନିଶିକାନ୍ତ କଳିଙ୍ଗନଗର କାମ କରୁଥିବା ବେଳେ ସୋମବାର ସକାଳୁ ହାଟପଡିଆ ନିକଟରେ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ଯୁବକଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ପରେ ହିଁ ପ୍ରକୃତ କଥା ପଦାକୁ ଆସିବ ବୋଲି ଆଶା କରାଯାଉଛି ।

ସେହିପରି  ଦୈତାରି ମାରେଦା ଗାଁ ନିକଟ ପୋଲ ତଳୁ ପୋଲିସ ଯୁଧିଷ୍ଟିର ମୁଣ୍ଡା ନାମକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି।  ଏବେ ଯାଏଁ ମୃତ୍ୟୁ ପଛର କାରଣ ଜଣାପଡିଛି ।  ଉଭୟ ଘଟଣାରେ  ପୋଲିସରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

wp:embed {"url":"https://www.prameyanews7.com/pcr-van-catches-fire-in-front-of-jajpur-town-police-station/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pcr-van-catches-fire-in-front-of-jajpur-town-police-station/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.