କାଠଯୋଡି ନଦୀରେ ଭାସୁଛି ଅଜଣା ମୃତଦେହ, ପୋଲିସ ଖୋଜୁଛି କାରଣ

Published By : Prameya-News7 Bureau | November 29, 2023 IST

କଟକ ୨୯।୧୧ : କାଠଯୋଡିରେ ଭାସୁଛି ମୃତଦେହ । କଟକ ବସ୍‌ ଟର୍ମିନାଲ ସାମ୍ନା ପଟ ନଦୀରେ ଭାସୁଛି ମୃତଦେହ । ବାଦାମବାଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ କଟକ କାଠଯୋଡି ନଦୀରେ ଏକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟ ବାଦାମବାଡି ଥାନା ପୋଲିସକୁ ଖବର ଦିଆଯାଇଥିଲା । ବାଦାମବାଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ମୃତଦେହଟି ଜଣେ ପୁରୁଷର ହୋଇଥିବା ସ୍ପଷ୍ଟ ହୋଇଛି । ହେଲେ ଏବେ ଯାଏଁ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି ।

ସେପଟେ ବାଦାମବାଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ପ୍ରାଥମିକ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

wp:embed {"url":"https://www.prameyanews7.com/virat-kohli-may-be-take-a-break-from-white-ball-format/","type":"wp-embed","providerNameSlug":"prameya-news-7"}
https://www.prameyanews7.com/virat-kohli-may-be-take-a-break-from-white-ball-format/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.