scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏନ୍‌ଏଚ୍ କଡରୁ ମିଳିଲା ମୃତଦେହ, ହତ୍ୟା ନା ଦୁର୍ଘଟଣା ଅସ୍ପଷ୍ଟ

3/10/2023 at 1:51 PM

ଟିଟିଲାଗଡ ୩।୧୦: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନାରୁ ମାତ୍ର ୧ କି.ମି. ଦୂର ତଥା ବରଗଡ ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କଡ ହନୁମାନ ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିରହିଛି । ମୃତକ ହେଲେ ସଇଁନ୍ତଳା ନିକଟସ୍ଥ ଆମ୍ବପାଲି ଗ୍ରାମର ସରୋଜ ଗହୀର । ତାଙ୍କ ବୟସ ପାଖାପାଖି ୪୦ ବର୍ଷ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସୋମବାର ରାତି ପାଖାପାଖି ୧୦ଟା ପର୍ଯ୍ୟନ୍ତ ସଇଁନ୍ତଳା ସହରରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ତେବେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ଏହା ସୁପରିକଳ୍ପିତ ହତ୍ୟା ନା ଏକ ଦୁର୍ଘଟଣାଜନିତ ମୃତ୍ୟୁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

ଘଟଣାସ୍ଥଳରେ ସଇଁନ୍ତଳା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ମୃତକ ଜିଲ୍ଲା ବାହାରେ ଦିନମଜୁରିଆ ଭାବରେ କାମ କରନ୍ତି । ସେ ସୋମବାର ହିଁ ନିଜ ଘରକୁ ଫେରୁଥିଲେ ଓ ଏହି ଅଘଟଣ ଘଟିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଗତ ରାତିରେ ମୃତକଙ୍କ ନିକଟରେ ଗୋଟିଏ ବ୍ୟାଗ୍ ପଡିଥିବା ଦେଖିବାକୁ ମିଳିଥିବା ବେଳେ ସକାଳୁ କିନ୍ତୁ ବ୍ୟାଗ୍‌ଟି ଉଭାନ ହୋଇଯାଇଥିଲା । 

ତେବେ ବ୍ୟାଗ୍‌ରେ କ’ଣ ଥିଲା ଓ ବ୍ୟାଗ୍‌ଟି କିଏ ନେଇଯାଇଛି ଓ କ’ଣ ପାଇଁ ମୃତକଙ୍କ ନିକଟରୁ ବ୍ୟାଗ୍ କେହି ନେଇଗଲା ନା ବ୍ୟାଗ୍‌ରେ ହିଁ କ’ଣ ରହସ୍ୟ ରହିଥିଲା ଯାହାକି ମୃତକଙ୍କ ମୃତ୍ୟୁର କାରଣ ପାଲଟିଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ?

You Can Read :

   Related Posts