ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 22, 2020 IST

ଭଦ୍ରକ, ୨୨|୦୮  :  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳ ଦେଇ ଯାଇଥିବା ରେଳ ଧାରଣାରୁ ଏକ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । କୌଣସି ଅଚିହ୍ନା ବୃଦ୍ଧଙ୍କର ଏହି ମୃତଦେହଟି ହୋଇଥିବା ସନ୍ଦେହ କରାଯାଉଛି ।

ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଷ୍ଟେସନଠାରୁ ଅଳ୍ପ ଦୂରତାରେ ଥିବା ବିରିଡି ଗାଁ ନିକଟରୁ ଏହି ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ । ତେବେ ରେଳ ଧାରଣାର ଗୋଟିଏ ପାର୍ଶ୍ଵରେ ମୁଣ୍ଡ ରହିଥିବା ବେଳେ ଅନ୍ୟ ପାର୍ଶ୍ଵରେ ଶରୀରର ଅନ୍ୟ ଅଂଶ ପଡିରହିଛି । ଟ୍ରେନରେ କଟି ଏହି ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଜିଆରପି ଘଟଣାସ୍ଥଳରେ ପହଁଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.