oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

୧୮ ଦିନ ପରେ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

6/08/2021 at 10:39 PM

ପଟ୍ଟାଙ୍ଗୀ ୬/୮: କୋରାରପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ରାଲାଗାଡ଼ା ପଞ୍ଚାୟତର ସେଦାମାମାଡ଼ି ଗ୍ରାମର ଗେମେଲ ବାଲାନା(୪୩) ଓ ଲମତାପାଡ଼ୁ ଗ୍ରାମର ମାଝୀ ସନୁ ଦେହୁଁ ମିଶି ଗତ ୧୮.୦୭.୨୦୨୧ରେ ରାଲାଗାଡ଼ା ଯାଉଛି କହି ଘରୁ ଚାଲିଯାଇଥିଲେ। ହେଲେ ଗେମେଲା ବାଲାନା ନଫେରିବାରୁ ପରିବାର ଲୋକେ କେଉଁ ଆଡ଼େ ଚାଲିଯାଇଥିବା ଭାବି ରହିଯାଇଥିଲେ। ଦୀର୍ଘଦିନ ଧରି ନଫେରିବାରୁ ତାଙ୍କ ସ୍ତ୍ରୀ ଗେମେଲ ଆପାଲାମ ଗତ ୨ ତାରିଖ ଦିନ ପଟ୍ଟାଙ୍ଗୀ ଥାନାରେ କେସ୍ ଦେଇଥିଲେ। ଏହାପରେ ପୁଲିସ ଛାନବିନ କରିବାରୁ ତାଙ୍କ ସାଙ୍ଗରେ ଯାଇଥିବା ମାଝୀ ସନୁ ଭୟଭୀତ ହୋଇ ଗତ ୪ ତାରିଖରେ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିଥିଲା।

ତାର ସୂଚନା ଅନୁସାରେ, ଦୁହେଁ ସେଦିନ ଲମତାପାଡ଼ୁ ମୋ ଗାଁକୁ ଯାଇ ସନ୍ଧ୍ୟା ହେଇଯିବାରୁ ଗେମେଲ ବାଲାନାଙ୍କୁ ତାଙ୍କ ଘରେ ଛାଡ଼ିବାକୁ ଦୁହେଁ ମିଶି ର୍ବନ ଗ୍ରାମରୁ କିଛି ଦୂର ଗଲା ପରେ ଲମତାପାଡ଼ୁ ଗ୍ରାମ ଗେମେଲ ସୀତନ ଆସି କୋଡ଼ିକି ସାହାଯ୍ୟରେ ଗେମେଲ ବାଲାନକୁ ପଛପଟ ମୁଣ୍ଡକୁ ପିଟିଥିଲା। ଗେମେଲ ଘଟଣା ସ୍ଥଳରେ ଅଚେତ ହୋଇଯାଇଥିଲା। ମୁଁ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇବା ବେଳକୁ ସୀତାନଙ୍କ ପୁଅ ଗେମେଲ ମାଲେଶ, ଗେମେଲ ଆପାରଓ ଓ ଗେମେଲ ରାମଚନ୍ଦ୍ର ପହଞ୍ଚିବାରୁ ମୁଁ ଡରି କାହାକୁ କିଛି ନକହି ଚୁପ୍ ରହିଥିଲି। ଘଟଣା ସମ୍ପର୍କରେ ଜାଣିବା ପରେ ଗତ ୫ ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପଟ୍ଟାଙ୍ଗି ପୁଲିସ ସୀତାନା, ମାଝୀ ସନୁଙ୍କୁ ଆଣି ପଚରଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛି। ଆଜି ବାଲାନଙ୍କ ମୃତଦେହ ଜଙ୍ଗଲ ନିକଟରେ ପୋତାଯାଇଥିବା ସ୍ଥାନରୁ ଉଧାର କରାଯାଇଥିବା ଜଣାପଡ଼ିଛି ଓ ଉକ୍ତ ମୃତ ଦେହକୁ କୋରାପୁଟ ଏସ୍ଏଲ୍ଏନ୍‌ ମେଡିକାଲ କଲେଜ୍‌କୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ଜଣାପଡ଼ିଛି।

   Related Posts