ତିନି ଦିନ ପରେ ମିଳିଲା ମୃତଦେହ, ନଦୀରେ ବୁଡି ଥିଲେ ନିଖୋଜ

Published By : Prameya-News7 Bureau | February 21, 2024 IST

ବଡବିଲ ୨୧।୦୨ : ନଦୀରେ ବୁଡି ଯୁବକ ନିଖୋଜ ଘଟଣା । ତିନି ଦିନ ପରେ ବୁଧବାର ମିଳିଲା ଯୁବକଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ହାୟାରପୁରରେ ଘଟିଛି ଘଟଣା ।

wp:embed {"url":"https://www.prameyanews7.com/lingaraj-temple-sevayat-arrest/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lingaraj-temple-sevayat-arrest/
/wp:embed

ଖବର ଅନୁଯାୟୀ, ରବିବାର ଦିନ ହାୟାରପୁର ଗାଁ ଦୁଲୁ ମୁଣ୍ଡା ଅନ୍ୟ କିଛି ଯୁବକଙ୍କ ସହିତ ଗାଁ ନିକଟ କାରୋ ନଦୀକୁ ମାଛ ଧରିବାକୁ ଯାଇଥିଲେ । ଏହି ସମୟରେ ଅସାବଧାନତା ବଶତଃ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ଦୁଇ ଦିନ ଧରି ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ । ଶେଷରେ ବୁଧବାର ଦିନ ସକାଳୁ ନଦୀରେ ମୃତଦେହ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ଲୋକେ । ପରେ ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

wp:embed {"url":"https://www.prameyanews7.com/north-koreas-kim-gifted-car-by-russias-putin-state-media-says/","type":"wp-embed","providerNameSlug":"prameya-news-7"}
https://www.prameyanews7.com/north-koreas-kim-gifted-car-by-russias-putin-state-media-says/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.