suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶବ ସତ୍କାରକୁ ନେଇ ବିବାଦ, ମଶାଣିରୁ ଫେରିଲା ମୃତଦେହ

10/09/2023 at 3:02 PM

ମୋହନା ୧୦।୦୯: ଶବ ସତ୍କାରକୁ ନେଇ ବିବାଦ। ଶବକୁ ମିଳିଲାନି ଶ୍ମଶାନ l ଶେଷରେ ମୃତଦେହକୁ ଅଟୋରେ ବୋହି ଅନ୍ୟ ସ୍ଥାନରେ କବର ଦେବାକୁ ନେଲେ ପରିବାର ଓ ଆତ୍ମୀୟ ସ୍ୱଜନ l ମୋହନା ବ୍ଲକ ଆଲିଗଣ୍ଡା ଗାଁରେ ଏ ଘଟଣା l

ଖବର ଅନୁଯାୟୀ, ଗାଁର ୪୦ ବର୍ଷୀୟ ମହିଳା ଏନେଡିନା ସିଂହଙ୍କର ଶନିବାର ମୃତ୍ଯୁ ହୋଇଥିଲା। ପରିବାର ଓ ଆତ୍ମୀୟ ସ୍ୱଜନ ତାଙ୍କ ମୃତଦେହକୁ କବର ଦେବାକୁ ଆଲିଗଣ୍ଡା ଗାଁ ସ୍ମଶାନକୁ ନେଇଥିଲେ l ହେଲେ ଏଥିପାଇଁ ସୁଯୋଗ ଦେଇନଥିଲେ ଗାଁ ଲୋକେ l ଯାହା ସୂଚନା ମିଳିଛି ସେହି ଶ୍ମଶାନ ହେଉଛି କ୍ୟାଥୋଲିକ ଖ୍ରୀଷ୍ଟିଆନ ସମ୍ପ୍ରଦାୟର l ତେବେ ମୃତ ମହିଳା ବାପଟିଷ୍ଟ ସମ୍ପ୍ରଦାୟର ହୋଇଥିବାରୁ ସତ୍କାର ପାଇଁ ସୁଯୋଗ ମିଳିନଥିଲା। ଏହା ପରେ ପରିବାର ଲୋକ ଅନ୍ୟ ସ୍ଥାନରେ କବର ଦେବା ପାଇଁ ଅଟୋରେ ବୋହି ନେଇଥିବା କହିଛନ୍ତି l

   Related Posts