vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ଏହି ଆଇଲ୍ୟାଣ୍ଡରେ ଦେଖିବାକୁ ମିଳେ ଶବ ହିଁ ଶବ: ସାଧାରଣ ଲୋକଙ୍କୁ ଯିବା ପାଇଁ ଲାଗିଛି ପ୍ରତିବନ୍ଧକ

16/09/2021 at 11:25 AM

ନୂଆଦିଲ୍ଲୀ ୧୬/୦୯ : ସାଧାରଣତଃ ଭୂତ କାହାଣୀ ଶୁଣିବାକୁ ସମସ୍ତଙ୍କୁ ପସନ୍ଦ । ଆପଣ ଅନେକ ଭୂତ ସ୍ଥାନ ବିଷୟରେ ଶୁଣିଥିବେ । ଅଥବା ଆପଣ ସେଠାକୁ ଯାଇଥାଇ ପାରନ୍ତି, କିନ୍ତୁ ଏହି ଭୟଙ୍କର ଜାଗା ବିଷୟରେ ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଦୁନିଆରେ ଏମିତି ଏକ ଆଇଲ୍ୟାଣ୍ଡ ଅଛି, ଯେଉଁଠି ଚାରିଆଡ଼େ ଶବ ର ହିଁ ଶବ ଦେଖାଯିବ। ଯେଉଁଠାକୁ ବି ଆପଣ ଆଖି ବୁଲାଇବେ, ସେଠି ନର କଙ୍କାଳ ନଜର ଆସିବ। ତେବେ ସୂଚନା ଅନୁଯାୟୀ, ଏହି ଭୟଙ୍କର ଆଇଲ୍ୟାଣ୍ଡ ଇଂଲଣ୍ଡର ମେଡ୍‌ଓ୍ଵେ ନଦୀ ମଝିରେ ଅବସ୍ଥିତ। ଜାଗାଟିର ନାଁ ‘ଡେଡ୍‌ମ୍ୟାନ ଆଇଲ୍ୟାଣ୍ଡ’। ଏଠାରେ ମୃତଦେହ ଦେଖିବାକୁ ମିଳୁଥିବାରୁ ଜାଗାର ନାଁ ଏପରି ରଖାଯାଇଛି।

ଏହା ସାଧାରଣତଃ, ପାଖାପାଖି ୨୦୦ ବର୍ଷ ପୂର୍ବେ ଏହି ଆଇଲ୍ୟାଣ୍ଡରେ ଲୋକଙ୍କ ଶବକୁ ପୋତି ଦିଆଯାଉଥିଲା, ଯାହାଙ୍କ ମୃତ୍ୟୁ ଶିପ୍‌ରେ ତିଆରି ହୋଇଥିବା ଜେଲ୍‌ରେ ଯାତ୍ରା ସମୟରେ ହୋଇଯାଉଥିଲା। ସମୁଦ୍ରରେ ଆସିଥିବା ତୋଫାନ କାରଣରୁ ଏହି ଆଇଲ୍ୟାଣ୍ଡ ପାଣିରେ ବୁଡ଼ି ଯାଇଥିଲା। ଏହାପରେ ଯେତେବେଳେ ପାଣି କମ୍‌ ହେଲା, ତ ଶତାଧିକ ସଂଖ୍ୟାରେ ନର କଙ୍କାଳ କବରରୁ ବାହାରି ଆସିଥିଲା। ଏହି ରହସ୍ୟମୟୀ ଆଇଲ୍ୟାଣ୍ଡରେ ବହୁତି କମ୍ ଲୋକ ଯାଇଛନ୍ତି । ଏହା ଦେଖିଲେ ଲାଗୁଥିବ କି ଏହା ଅସଲ ସତ ସ୍ଥାନ ନୁହେଁ । କିନ୍ତୁ ଏହା ସତ ।

ଏହି ଆଇଲ୍ୟାଣ୍ଡରେ ଚାରିଆଡ଼େ କେବଳ ନର କଙ୍କାଳର ହିଁ ଦେଖିବାକୁ ମିଳିଥାଏ।  ତେବେ କେତେକ ଜାଗାରୁ କାଠରେ ତିଆରି କଫିନ ବି ମିଳିଥିଲା, ଯେଉଁଥିରେ ଶବକୁ ରଖି ପୋତା ଯାଇଥିଲା। ଏଠାରେ ଅନେକ ହାଡ କଙ୍କାଳ ବ୍ୟତୀତ ମଣିଷ ଦାନ୍ତ ମଧ୍ୟ ମିଲିଥିଲା । ନିକଟରେ କିଛି ବୈଜ୍ଞାନିକଙ୍କୁ ଡେଡ୍‌ମ୍ୟାନ ଆଇଲ୍ୟାଣ୍ଡ ଯିବାକୁ ଅନୁମତ ଦିଆଯାଇଛି। ଯଦିଓ ସାଧାରଣ ଲୋକଙ୍କୁ ସେଠାକୁ ଯିବା ଉପରେ ପ୍ରତିବନ୍ଧକ ରହିଛି। ସୂଚନାଥାଉ କି, ଡେଡ୍‌ମ୍ୟାନସ ଆଇଲ୍ୟାଣ୍ଡକୁ Ramsar Conventionର ଦେଖାଶୁଣାରେ ନିଆଯାଇଛି, ଯେଉଁଠି ବୈଜ୍ଞାନିକମାନେ ଷ୍ଟଡି କରୁଛନ୍ତି।

   Related Posts