ଡ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | November 21, 2023 IST

ପାଟଣାଗଡ ୨୧।୧୧: ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ଲାଠୋରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ଲାଠୋର ଥାନା ଅନ୍ତର୍ଗତ ବାଗପଡାର ଠାନୁ ବାଗ ନାମକ ଜଣେ ୩୫ ବର୍ଷର ଯୁବକଙ୍କ ମୃତଦେହ ଅଗ୍ରସେନ ଭବନ ସମ୍ମୁଖରେ ଥିବା ଡ୍ରେନ ମଧ୍ୟରୁ ଉଦ୍ଧାର କରାଯାଇଛି । ମୃତ ଯୁବକ ସୋମବାର ବସ୍ତିକୁ କୌଣସି କାମ ପାଇଁ ଯାଇ ଆଉ ଘରକୁ ଫେରି ନଥିଲେ ।

ଯୁବକଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର ହେବା ପରେ ତାହା ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିବା ସହ ଏହା ଏକ ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ସୃଷ୍ଟି କରିଛି ।  ମୃତକଙ୍କ ପରିବାରରେ ସ୍ତ୍ରୀ ଓ ଗୋଟିଏ ପୁଅ ଥିବା ଜଣାପଡିଛି । ଖବର ପାଇ ଲାଠୋର ଥାନା ଅଧିକାରୀ ଝସକେତନ ଭୋଇ  ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀରକୁ ଡ୍ରେନରୁ ବାହାର କରି ଶବ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇଛନ୍ତି ।  ବ୍ୟବଚ୍ଛେଦ ପରେ ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

You Can Read :

wp:embed {"url":"https://www.prameyanews7.com/430-elephants-and-35-tigers-died-in-last-five-years/","type":"wp-embed","providerNameSlug":"prameya-news-7"}
https://www.prameyanews7.com/430-elephants-and-35-tigers-died-in-last-five-years/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.