ଦିଗପହଣ୍ଡି ୨୩/୦୫: ସିମେଣ୍ଟ ଇଟା ଭାଟି ନିକଟରେ ପଡିଛି ମହିଳାଙ୍କ ମୃତଦେହ । କିଏ ଏହି ମହିଳା ? ତାଙ୍କର ମୃତ୍ୟୁ କେମିତି ହେଲା ? ଗୁରୁବାର ସକାଳୁ ଇଟା ଭାଟି ନିକଟରେ ମହିଳାଙ୍କ ମୃତଦେହ ପଡିଥିବାର ଦେଖି ଲୋକଙ୍କ ମନରେ ଏହି ପ୍ରଶ୍ନ । ଦିଗପହଣ୍ଡି ଥାନା କୁଶପଡା ଛକ ନିକଟ ଇଟା ଭାଟି ନିକଟରେ ଥିବା ଘର ପଛପଟୁ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।
ମୃତ ମହିଳାଙ୍କର ପରିଚୟ ମିଳିପାରିନି । ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ କେହି ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ ।ମହିଳାଙ୍କ ପରିଚୟ ଖୋଜିବା ସହ ଅପରାଧୀଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ ।