ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
31/01/2023 at 10:32 PM

ସୋର: ଗଛରେ ଝୁଲନ୍ତା ଅବସ୍ଥାରେ ଅର୍ଦ୍ଧଉଲଗ୍ନ ମହିଳାଙ୍କର ମୃତ ଦେହ ଉଦ୍ଧାର। ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସଦର ଏସ୍ଡିପିଓ ଏବଂ ଆଇଆଇସିର ଛାନଭିନ ଚଳାଇଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା କୋଚିଆ କୋଇଲି ପଞ୍ଚାୟତ ପାଟଣା ଗ୍ରାମରେ ଜଗବନ୍ଧୁ ଶିଅଳ ସ୍ତ୍ରୀ ଜୟନ୍ତୀ ଶିଅଲ ଆଜି ଅପରାହ୍ନରେ ଘର ଠାରୁ ଦୁଇ କିଲୋମିଟର ଦୂର ବିଲକୁ ଜାଲେଣି କାଠ ପାଇଁ ଯାଇଥିବା ବେଳେ ଆଉ ଫେରିନଥିଲେ।
ଜୟନ୍ତୀଙ୍କର ପୁଅ ମାକୁ ଖୋଜି ସେହିସ୍ଥାନକୁ ଯାଇଥିବା ବେଳେ ମା ଜୟନ୍ତୀଙ୍କର ଅର୍ଦ୍ଧଲଗ୍ନ ଅବସ୍ଥାରେ ଏକ ଗଛରେ ମୃତ ଦେହ ଝୁଲୁଥିବାର ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଓ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ସୋର ଥାନାକୁ ଖବର ଦେଇଥିଲେ। ଖବର ପାଇ ସଦର ଏସ୍ଡ଼ିପିଓ ଶଶାଙ୍କ ଶେଖର ବେଉରା, ସୋର ଆଇଆଇସି ସୁଜାତା ଖମାରୀ ପହଞ୍ଚି ମୃତ ଦେହ ଜବତ କରି ଛାନଭିନ ଆରମ୍ଭ କରିଛନ୍ତି। ମୃତ ମହିଳାଙ୍କ ବେକରେ ରହିଛି କ୍ଷତ ଚିହ୍ନ। ମୃତ ଜୟନ୍ତୀଙ୍କର ପୁଅ ଘଟଣା ସ୍ଥଳରେ ପହଁଚିବା ପରେ ଜଣେ ଲୋକ ମୁହଁରେ ଗାମୁଚା ପକାଇ ଦୌଡ଼ି ପଳାଇ ଯାଇଥିବା ନେଇ ଷଷ୍ଟ ଶ୍ରେଣୀ ପୁଅ ପ୍ରକାଶ କରିଛନ୍ତି l