ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | November 14, 2023 IST

ନୂଆପଡା ୧୪।୧୧: ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ନୂଆପଡା ଜିଲ୍ଲା ବୋଡେନ ଥାନା ସୁନାବେଡା ଅଭୟାରଣ୍ୟ ସ୍ଥିତ ଖଡୁପାଣି ଗାଁରେ ଏଭଳି ଘଟଣା ଘଟିଛି । ଘଟଣାସ୍ଥଳରେ ଖଡ଼ିଆଳ SDPOଙ୍କ ସହ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ ହୋଇଛି ।

ଦୀର୍ଘ ୨୦ ବର୍ଷ ହେବ ମୟୁରଭଞ୍ଜ ଅଞ୍ଚଳରୁ ଆସି ସପରିବାର ନୂଆପଡା ଜିଲ୍ଲା ବୋଡେନ ଥାନା ସୁନାବେଡା ଅଭୟାରଣ୍ୟ ସ୍ଥିତ ଖଡୁପାଣି ଗାଁରେ ରହୁଥିଲେ । ଦୀର୍ଘ ୨ ବର୍ଷ ହେବ ସ୍ୱାମୀ ନିଖୋଜ ଥିବାବେଳେ ଆଜି ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନି । ସୋମବାର ପୁଅ ବୋଡେ଼ନ ବଜାର ଯାଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ହତ୍ୟା କରିଥିବା ଅନୁମାନ କରାଯାଉଛି ।

You Can Read :

wp:embed {"url":"https://www.prameyanews7.com/allegations-of-fraud-case-in-ganjam-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/allegations-of-fraud-case-in-ganjam-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.