ନିଜ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ୯ ବର୍ଷର ବାଳକଙ୍କ ମୃତଦେହ, ଛାତିରେ ରହିଛି କ୍ଷତ ଚିହ୍ନ
14/07/2019 at 7:31 PM

ପାରାଦୀପ ୧୪|୭; ପାରାଦୀପ ଅଠରବାଙ୍କୀ ଲକ୍ ପଡା ବସ୍ତିର ଏକ ଘର ନିକଟରୁ ୯ ବର୍ଷ ବାଳକର ମୄତଦେହ ଉଦ୍ଧାର ହୋଇଛି। ମୄତକ ହେଲେ ଗୌରାଙ୍ଗ ଦାସ । ମୄତ୍ୟୁର କାରଣ ଜଣାପଡି ନାହିଁ।ତେବେ ମୃତ ବାଳକଙ୍କ ଶରୀର ଛାତିରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି।

ସବୁଠାରୁ ବଡ଼କଥା ହେଉଛି ବାଳକଟି ମୄତଦେହ ଯେଉଁ ଘର ନିକଟରେ ପଡିଥିଲା ସେଠାରୁ ବାଳକର ଘର ମାତ୍ର ୨ ଶହ ମିଟର ଦୂରରେ । ତେବେ ବାଳକର ମୄତ୍ୟୁ କୁ ନେଇ ନାନା ସନ୍ଦେହ ଉପୁଜୁଛି। ଘଟଣା ସ୍ଥଳରେ ପାରାଦୀପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।