୪ଦିନ ଧରି ଝୁଲୁଛି ମୃତ ଦେହ : ସାଧାରଣ ଜନତା ମଧ୍ୟରେ ଅସନ୍ତୋଷ ପ୍ରକାଶ
3/11/2018 at 11:54 AM

କଟକ ୩/୧୧: ୪ଦିନ ଧରି ଝୁଲୁଛି ଯୁବକର ମୃତଦେହ।ପୂର୍ବତଟ ରେଳବାଇ ର ନିର୍ଗୁଣ୍ଡି ରେଳଷ୍ଟେସନ ଠାରୁ ୪୦୦ମିଟର ଦୂରରେ ଝୁଲୁଛି ଏହି ମୃତଦେହ।ରେଳଧାରଣା ନିକଟରେ ଥିବା ଏକ ଗଛରେ ଏହି ଅପରିଚିତ ଯୁବକଙ୍କ ଶବ ଝୁଲିବା ଅବସ୍ଥାରେ ଦେଖିବାକୁ ମିଳିଛି।ଘଟଣାଟି ୪ଦିନ ତଳର ବୋଲି ଜଣାପଡୁଛି। ୪ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରେଳବାଇ ପୋଲିସ କିମ୍ବା ସ୍ଥାନୀୟ ପୋଲିସ ସେଠାରେ ପହଂଚି ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।ରେଳବାଇର ଅନେକ କର୍ମଚାରୀ ଏହି ଟ୍ରାକରେ କାମକରୁଥିଲେ ମଧ୍ୟ କେହି ଦେଖି ନପାରିବା ସେମାନଙ୍କ ଭୂମିକା ପ୍ରତି ପ୍ରଶ୍ନ ବାଚୀ ସୃଷ୍ଟି କରିଛି।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023