ପାରାଦୀପର ଆରିଷ୍ଟୋକ୍ରାଟ ହୋଟେଲ ରୁମରୁ ମୄତ ଦେହ ଉଦ୍ଧାର

Published By : Prameya-News7 Bureau | November 07, 2018 IST

ପାରାଦୀପ ୭/୧୧: ପାରାଦୀପର  ଆରିଷ୍ଟୋକ୍ରାଟ ହୋଟେଲ ରୁମ୍ ରୁ ମୄତ ଦେହ ଉଦ୍ଧାର କରାଯାଇଛି । ମୄତକର ପରିଚୟ ଏଲ୍ ସିଵା। ବୟସ ୫୫ ହୋଇଥିବାଵେଳେ ଘର ତାମିଲନାଡୁ ଅଞ୍ଚଳର ବୋଲି ଜଣାପଡିଛି । ସିଵା ଦୀର୍ଘ ଦିନ ହେବ ଭାରତୀୟ ତଟରକ୍ଷୀ ଵାହିନୀ ଅଧୀନରେ କାର୍ଯ୍ୟ କରୁଥିବା ୟୁମାନ ମେରାଇନ୍ ପ୍ରାଇଭେଟ କମ୍ପାନୀରେ ଏକ ସିନିୟର ଯନ୍ତ୍ରୀ ଭାବେ କାମ କରିଥିଲେ । ତେବେ ପାରାଦୀପର ଆରିଷ୍ଟୋକ୍ରାଟ ହୋଟେଲରେ ସିଵା ଓ କମ୍ପାନୀର ଅନ୍ୟ କର୍ମଚାରୀ ମାନେ ରହୁଥିଲେ । ତେବେ ସବୁଦିନ ପରି କମ୍ପାନୀରୁ କାମ ସାରି ହୋଟେଲ ରୁମକୁ ଯାଇଥିଲେ । ତେଵେ ଆଜି ସକାଳୁ କମ୍ପାନୀର ଜଣେ କର୍ମଚାରୀ ଚା ପିଇଵା ପାଇଁ କଵାଟ ବାଡେଇ ଡାକିଥିଲେ ତେବେ ଭିତରୁ କୌଣସି ଉତ୍ତର ନ ମିଳିବାରୁ ଶେଷରେ କଵାଟ ଭାଙ୍ଗି ଭିତରେ ସିବାଙ୍କର ଅଚେତ ହୋଇ ପଡ଼ିଥିବାର ଦେଖିଥିଲେ । ତୁରନ୍ତ ସିଵାଙ୍କୁ   କମ୍ପାନୀ କର୍ମଚାରୀ ମାନେ ଅଠରଵାଙ୍କୀ ମେଡ଼ିକାଲ ନେଇଥିଲେ ହେଲେ ଡ଼ାକ୍ତର ତାଙ୍କୁ  ମୄତ ଘୋଷଣା କରିଥିଲେ । ତେବେ ଏନେଇ ପାରାଦୀପ ଥାନାରେ ଏକ ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.