ଭାସୁଥିବା ଅବସ୍ଥାରେ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
19/06/2019 at 10:37 AM

ବେତନଟୀ ୧୯|୬: ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ଜୁଣପଦା ବନ୍ଧରୁ ଅଜଣା ବ୍ୟକ୍ତିର ଗଳିତ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ସ୍ଥାନୀୟ ଲୋକୋ ବନ୍ଧ ନିକଟରେ ଏକ ମୃତଦେହ ଦେଖି ସ୍ଥାନୀୟ ସରପଞ୍ଚଙ୍କୁ ଖବର ଦେଇଥିଲେ । ସରପଞ୍ଚ ବଡସାହି ଥାନାକୁ ଏ ବିଷୟରେ ଜଣାଇଲା ପରେ ବଡସାହି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ପୋଲିସ ଉପସ୍ଥିତିରେ ଅଗ୍ନିଶମ ବିଭାଗର କର୍ମଚାରୀ ମୃତ ବ୍ୟକ୍ତିର ଗଳିତ ଶବକୁ ପାଣିରୁ ଉଦ୍ଧାର କରିଥିଲେ । ବଡସାହି ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କର ପରିଚୟ ମିଳିନାହିଁ । ତେବେ ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।
Related Posts
ବାଇକ ଉପରେ ଚଢ଼ିଗଲା ହାଇୱା, ଦୁଇ ଆରୋହୀ ମୃତ
28 September 2023
ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଲେ: ଦୁଇ ବିଜେପି ବିଧାୟକ ସସ୍ପେଣ୍ଡ
28 September 2023
୨ ବର୍ଷରେ ସାପ କାମୁଡ଼ାରେ ୧୩୩୬ ମୃତ, ବିଧାନସଭାରେ ଉତ୍ତର ରଖିଲେ ରାଜସ୍ବ ମନ୍ତ୍ରୀ
28 September 2023