ବରଗଡରେ ଯୁବକଙ୍କୁ ହାତୁଡ଼ିରେ ପିଟି ପିଟି ହତ୍ୟା ; ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ
7/11/2018 at 10:03 AM

ବରଗଡ ୭|୧୧: ଯୁବକଙ୍କୁ ହାତୁଡ଼ିରେ ପିଟି ହତ୍ୟା କରାଯାଇଛି । ବରଗଡ଼ ଜଗଦଲପୁର ଥାନା ଅନ୍ତର୍ଗତ ଶୁକ୍ଲିପାହାଡ଼ ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । ୨୫ ବର୍ଷୀୟ ଅବିନାଶ ପଟେଲଙ୍କୁ ସେହି ଗାଁର ବିସ୍ମୟ ପଟେଲ୍ ହାତୁଡ଼ିରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଅବିନାଶଙ୍କ ବାପା ଶଶିରାମ ଏନେଇ ଥାନାରେ ଅଭିଯୋଗ କରିଥିବା ବେଳେ, ପୋଲିସ ଅଭିଯୁକ୍ତ ବିସ୍ମୟଙ୍କୁ ଗିରଫ କରିଛି । ହତ୍ୟାକାଣ୍ଡର କାରଣ ଜଣାପଡ଼ି ନାହିଁ । ପୋଲିସ ଘଟଣାର ତଦନ୍ତ ଚଳାଇଛି ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023