ଶିବ ମନ୍ଦିର ନାଳରୁ ମୃତଦେହ ଉଦ୍ଧାର, ଜଣାପଡିନି ମୃତ୍ୟୁର ପ୍ରକୃତ କାରଣ

Published By : Prameya-News7 Bureau | July 12, 2024 IST

ପୁରୁଷୋତ୍ତମପୁର ୧୨।୭: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ତାରାତାରିଣୀ ଛକ ନିକଟରେ ଥିବା ଶିବ ମନ୍ଦିର ସମ୍ମୁଖ ଏକ ନାଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି l ମୃତବ୍ୟକ୍ତି ଜଣଙ୍କ ପିଛୁଲି ଅଞ୍ଚଳର ବୋଲି ଜଣାପଡିଛି । ଗୁରୁବାର ରାତିରେ ସେ ନାଳରେ ପଡି ଯାଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ଓ  ପୁରୁଷୋତ୍ତମପୁର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି l ତେବେ ମୃତ୍ୟୁର ପ୍ରକୃତ କରାଣ ଅସ୍ପଷ୍ଟ ରହିଥିବା ବେଳେ ନାଳରେ ପଡି ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପୋଲିସର ତଦନ୍ତ ପରେ ମହିଳାଙ୍କ ପ୍ରକୃତ ମୃତ୍ୟୁର କାରଣ ଜଣା ପଡିବ ।

You Can Read:

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ, ମା’ ମହାଲକ୍ଷ୍ମୀଙ୍କ ରୋଶର ଶିକାର ହେଲେ ମହାପ୍ରଭୁ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.