ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ଏକ ଜମିରୁ ମୃତଦେହ ଉଦ୍ଧାର
1/10/2018 at 1:59 PM

ଗଞ୍ଜାମ ୧/୧୦: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରାଣୀ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ନିକଟରେ ଥିବା ଏକ ଜମିରୁ ଏକ ମୃତଦେହ ମିଳିଛି।ସୂଚନା ଅନୁସାରେ ଆଜି ସକାଳୁ ସ୍ଥାନୀୟ ଲୋକେ ଜମିକୁ ଯାଉଥିବା ସମୟରେ ଏକ ମୃତଦେହକୁ ବିଲରେ ପଡିଥିବାର ଜଣା ପଡିଥିଲା।ମୃତ ଦେହଟି ସେହି ରାଣୀ ଗାଁର କାଳିଆ ଦାସ ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ପୁରୁଷୋତ୍ତମପୁର ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୁଣ୍ଡରେ ଜୋରରେ ଆଘାତ କରି ମୃତ ବ୍ୟକ୍ତିକୁ ବିଲରେ ପକାଇଥିବା ଅନୁମାନ କରାଯାଉଛି।