ବୈତରଣୀ ନଦୀର ବାରୁଣି ପଡିଆ ଘାଟ ନଦୀ ପଠାରୁ ମୃତ ଦେହ ଉଦ୍ଧାର

Published By : Prameya-News7 Bureau | December 16, 2018 IST

ଯାଜପୁର ୧୬/୧୨: ଯାଜପୁରର ବୈତରଣୀ ନଦୀର ବାରୁଣି ପଡିଆ ଘାଟର ନଦୀରୁ ଏକ ମୃତଦେହ ଠାବ କରାଯାଇଛି।ସୂଚନା ଅନୁଯାୟୀ ମୃତକ କୌଣସି କାରଣରୁ ଘରୁ ୨ ଦିନ ପୁର୍ବରୁ କୁଆଡେ ଚାଲି ଯାଇଥିଲେ । ଆଜି ହଠାତ୍ ସ୍ଥାନୀୟ ଲୋକେ ନଦୀରେ ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ସାହାଯ୍ୟରେ ମୃତକକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି । ତେବେ ମୃତକ ଜଣକ ଯାଜପୁର ସହର ବିବିସରାଇ ଅଞ୍ଚଳର ନିର ବାରିକର ପୁଅ ସନା ବାରିକ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.