ଡାକ୍ତରଖାନାରେ ମହାପ୍ରୟାଣ ଗାଡି ନମିଳିବାରୁ ବାଇକ୍‌ରେ ଶବ ନେଲେ ପରିବାରଲୋକ

Published By : Prameya-News7 Bureau | August 16, 2019 IST

ଜି.ଉଦୟଗିରି ୧୬|୮: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକର କତିଙ୍ଗିଆ ଗ୍ରାମର ରେବତୀ ପ୍ରଧାନଙ୍କ ଦେହ ଖରାପ ହେବାରୁ ଘର ଲୋକେ ଜି.ଉଦୟଗିରି ମେଡିକାଲକୁ ଆଣିଥିଲେ। କିନ୍ତୁ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ରୋଗୀର ମୃତ୍ୟୁ ହୋଇଥିବାର ଘର ଲୋକମାନେ ଅଭିଯୋଗ କରିଥିଲେ।

{"id":144972}

ଘର ଲୋକେ ମୃତଦେହ କିପରି ନେବେ ଡାକ୍ତରଙ୍କୁ ଆସି କହିବା ପରେ କେହି ସେମାନଙ୍କ କଥା ଶୁଣିନଥିଲେ । ଡାକ୍ତରଖାନା ପକ୍ଷରୁ ମହାପ୍ରୟାଣ ଗାଡି ମଧ୍ୟ ତାଙ୍କୁ ଯୋଗାଇ ଦିଆଯାଇନଥିଲା । ବାଧ୍ୟ ହୋଇ ଘର ଲୋକେ ଏକ ବାଇକ୍ ରେ ମୃତଦେହ ନେଉଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.