କଣ୍ଟାବାଞ୍ଜି: ଟ୍ରେନ୍ ଟ୍ରାକ୍ ନିକଟରେ ମହିଳାଙ୍କ ମୃତଦେହ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । କୁକୁଡାହାଡ଼ ରେଳଲାଇନ ନିକଟରେ ୨ଜଣ ମହିଳାଙ୍କ ମୃତଦେହ ଦେଖିବାକୁ ପାଇଛନ୍ତି ସ୍ଥାନୀୟ ଲୋକେ । ହେଲେ ମୃତ ମହିଳା ଦୁହିଁଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି ।
କୌଣସି ଟ୍ରେନ୍ ଧକ୍କାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି ନା କେହି ହତ୍ୟା କରି ଫିଙ୍ଗି ଦେଇଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜିଆରପି ପୋଲିସ ଦୁଇ ମହିଳାଙ୍କ ମୃତଦେହକୁ ଜବତ୍ କରି ତଦନ୍ତ କରୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦୁଇ ମୃତକଙ୍କ ମଧ୍ୟରୁ ଜଣେ ମହିଳା ଗୁରୁବାର ଦିନ ସଂଧ୍ୟାରେ ଟ୍ରେନ୍ ଆଖପାଖ ଗାଁରେ ବୁଲାବୁଲି କରୁଥିବା ଲୋକେ ଦେଖିଥିଲେ । ପୋଲିସ ବର୍ତ୍ତମାନ ମହିଳାଙ୍କ ପରିଚୟ ଖୋଜିବାରେ ଲାଗିପଡ଼ିଛି ।