oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ନଦୀରେ ମୃତଦେହ ଭାସିବା ମାମଲା: କେନ୍ଦ୍ର, ଉତ୍ତର ପ୍ରଦେଶ ଓ ବିହାର ସରକାରଙ୍କୁ ଜବାବ ମାଗିଲେ ମାନବାଧିକାର ଆୟୋଗ

13/05/2021 at 7:54 PM

ନୂଆଦିଲ୍ଲୀ ୧୩।୦୫: କରୋନା ମହାମାରୀରେ ଦେଶରେ ଅନେକ ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେଉଁଠି ଶବ ଭାସୁଛି ତ କେଉଁଠି ଶବକୁ ପୋତାଯାଉଛି। ଗତ କିଛି ଦିନ ହେବ ଗଙ୍ଗା ନଦୀରେ କୁଢ କୁଢ ମୃତଦେହ ଭାସିବା ମାମଲାରେ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନିଜ ଆଡୁ ଘଟଣାରେ ହସ୍ତକ୍ଷେପ କରି ଏନଏଚଆରସି କେନ୍ଦ୍ର ସରକାର, ଉତ୍ତର ପ୍ରଦେଶ ଓ ବିହାରର ସରକାରଙ୍କୁ ନୋଟିସ୍ ଜାରି କରି ଚାରି ସପ୍ତାହ ଭିତରେ ରିପୋର୍ଟ ଦେବାକୁ କହିଛନ୍ତି।

ନୋଟିସ୍ ଜାରି କରି ଆୟୋଗ କହିଛନ୍ତି, ଲାଗୁଛି ପ୍ରଶାସନ ଜନତାଙ୍କୁ ଗଙ୍ଗା ନଦୀରେ ମୃତଦେହକୁ ଭସାଇବା ବିଷୟରେ ସଚେତନ କରାଇ ପାରି ନାହାନ୍ତି। ପବିତ୍ର ନଦୀ ଗଙ୍ଗାରେ ମୃତଦେହ ଭସାଇବା ସ୍ପଷ୍ଟ ଭାବେ ଜଳ ଶକ୍ତି ମନ୍ତ୍ରଣାଳୟର ସ୍ଵଚ୍ଛ ଗଙ୍ଗା ଅଭିଯାନ ଅନ୍ତର୍ଗତ  ଜାରି ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରୁଛି।

ଆୟୋଗଠାରେ ମେ ୧୧ରେ ମୃତଦେହ ନଦୀରେ ଭାସିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକାରୀ କହିଛନ୍ତି, ଅନେକ ଗଣମାଧ୍ୟମ ରିପୋର୍ଟରୁ ଏହି ଆଶଙ୍କା ପ୍ରକାଶ ପାଇଛି ଯେ, ନଦୀରେ ଭସା ଯାଉଥିବା ମୃତଦେହ କରୋନା ସଂକ୍ରମିତ ହୋଇଥାଇ ପାରନ୍ତି। ଶବଗୁଡିକୁ ଏହି ପରି ଭସାଇବା ସେହି ଲୋକଙ୍କ ପାଇଁ ଘାତକ ହୋଇପାରେ ଯେଉଁମାନେ ନିତିଦିନ ନଦୀ ଜଳ ଉପରେ ନିର୍ଭରଶୀଳ।

   Related Posts