ଚିଲିକାରୁ ମୃତ ବିଦେଶୀ ପକ୍ଷୀ ଢାବାକୁ ଚାଲାଣ ବେଳେ ନାବାଳକକୁ ଧରିଲା ବନ ବିଭାଗ, ୧୧ଟି ମୃତ ବିଦେଶୀ ପକ୍ଷୀ ଜବତ

Published By : Prameya-News7 Bureau | November 28, 2019 IST

ଟାଙ୍ଗି ୨୮।୧୧: ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଏବେ ବିଦେଶାଗତ ଅତିଥିଙ୍କ ଭିଡ ଲାଗିଛି । ସାତ ଦରିଆ ପାର୍ ହୋଇ ଚିଲିକାକୁ ଛୁଟି ଆସିଛନ୍ତି ବିଦେଶୀ ପକ୍ଷୀ । କିନ୍ତୁ ଢିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଏବେ ସକ୍ରିୟ ହେଲେଣି ଶିକାରୀ । ଆରମ୍ଭ କରିଦେଲେଣି ବେପାର ।

{"id":191023,"sizeSlug":"large"}

ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ବନ୍ୟପ୍ରାଣୀ ରେଞ୍ଜ ଉଜୁଡା-ଗୋପୀନାଥପୁର ରିଂବନ୍ଧ ନିକଟରୁ ୧୧ଟି ମୃତ ବିଦେଶୀ ପକ୍ଷୀ ଜବତ କରାଯାଇଛି । ଏହା ଭିତରେ ରହିଛନ୍ତି ପିଣ୍ଟେଲ ପ୍ରଜାତିର ୮ ଟି ପକ୍ଷୀ । ମୃତ ପକ୍ଷୀଙ୍କୁ ବସ୍ତାରେ ଭର୍ତ୍ତି କରି ଢାବାକୁ ସପ୍ଲାଏ କରାଯାଉଥିଲା । ବନ କର୍ମଚାରୀ ମୃତ ପକ୍ଷୀ ସହ ଜଣେ ନାବାଳକକୁ ଧରିଛନ୍ତି । ଯିଏ ମୋଟର ସାଇକେଲରେ ଏହି ପକ୍ଷୀମାନଙ୍କୁ ନେଉଥିଲା ।

{"id":191024,"sizeSlug":"large"}

ଦୁଇ ଜଣ ବ୍ୟବସାୟୀ କିନ୍ତୁ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଢାବା ଏବଂ ହୋଟେଲକୁ ଚିଲିକା ପକ୍ଷୀ ସପ୍ଲାଇ ହେଉଥିବା କଥାକୁ ମାନିଛନ୍ତି ଟାଙ୍ଗୀ ରେଞ୍ଜର । ଢାବା ଏବଂ ହୋଟେଲ ଯାଞ୍ଚ୍ କରାଯିବ ବୋଲି ରେଞ୍ଜର କହିଛନ୍ତି । ଏ କଥା ବି ମାନି ଯାଇଛନ୍ତି ସୁରକ୍ଷା ବ୍ୟବସ୍ଥା ଯେତିକି କଡାକଡି ହେବା ଆବଶ୍ୟକ ତାହା କରାଯାଇନି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.