ଭୁବନେଶ୍ବର ଆପୋଲୋ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣା; ମୃତକ ଓ ପୀଡିତ ପରିବାର ଯିବେ କୋର୍ଟ

Published By : Prameya-News7 Bureau | February 13, 2019 IST

ଭୁବନେଶ୍ବର ୧୩|୨: ଭୁବନେଶ୍ବର ଆପୋଲୋ ହସ୍ପିଟାଲ୍  ଅଗ୍ନିକାଣ୍ଡ ଘଟଣାରେ ମୃତକ ଓ ପୀଡିତ ପରିବାର ଯିବେ କୋର୍ଟ । ଏପର୍ଯ୍ୟନ୍ତ କ୍ଷତିପୂରଣ ନମିଳିବା ଓ ଓଲଟି ହସ୍ପିଟାଲ୍ କର୍ତ୍ତୃପକ୍ଷ ଶୋଷଣ କରିବାକୁ ନେଇ କୋର୍ଟ ଯିବାକୁ ସ୍ଥିର କରିଛନ୍ତି ପୀଡିତଙ୍କ ସଂପର୍କୀୟ । ଆପୋଲୋ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ କିଛି ରୋଗୀଙ୍କ ଅବସ୍ଥା ଏବେବି ଗୁରୁତର ରହିଛି । ମୃତକଙ୍କ ମଧ୍ୟରେ ଜଣେ ପୂର୍ବତନ ମନ୍ତ୍ରୀ ମଧ୍ୟ ଥିଲେ । ଏତେବଡ ଘଟଣା ଘଟିଥିଲେ ବି ସମସ୍ତେ ବିଫକର ହୋଇ ବସିଛନ୍ତି । ଆପୋଲୋ କର୍ତ୍ତୃପକ୍ଷ, ପ୍ରଶାସନ ନିଜ ଦାୟତ୍ବ ଯେପରି ଭୁଲି ଯାଇଛନ୍ତି । କେହି ମୃତକ କିମ୍ବା ଆହତଙ୍କ ପରିବାରକୁ ଆହା ପଦେ କହିନାହାନ୍ତି । କ୍ଷତିପୂରଣ ତ ଦୂରର କଥା ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କ ଠାରୁ ଯେତିକି ଅର୍ଥ ନେଇଥିଲେ ସେତିକି ବି ଫେରାଇବାକୁ ନାରାଜ । ଫେବ୍ରୁଆରୀ ୧ରେ ହସ୍ପିଟାଲରେ ଅଚାନକ ନିଆଁ ଲାଗିଯାଇଥିଲା । ପଞ୍ଚମ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗି ଯାଇଥିଲା । ଯେଉଁଠି ଗୁରୁତର ରୋଗୀମାନେ ଚିକିତ୍ସିତ ହେଉଥିଲେ । ରୋଗୀଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ହରିହରଣ କରଣ ବି ଥିଲେ । ଯେଉଁଥିରେ ତାଙ୍କ ଜୀବନ ଯାଇଥିଲା । ଡାକ୍ତରଖାନାରେ ଅବହେଳା ପାଇଁ ତାଙ୍କ ଜୀବନ ଗଲା ବୋଲି କରଣଙ୍କ ପରିବାର ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.