ଟାଙ୍ଗୀ ୧୦।୭: ଚିଲିକାରେ ବିଦେଶୀ ପକ୍ଷୀଙ୍କ ଶିକାର । ୧୮ଟି ମୃତ ବିଦେଶୀ ପକ୍ଷୀଙ୍କ ସହିତ ଗୋଟିଏ ଜୀବନ୍ତ ବିଦେଶୀ ପକ୍ଷୀ ଜବତ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଚିଲିକା ମଧ୍ୟରୁ ବିଦେଶୀ ପକ୍ଷୀଙ୍କ ଶିକାର ପରେ ସେସବୁକୁ ଏକ ବସ୍ତା ମଧ୍ୟରେ ଭର୍ତ୍ତି କରି ନେଉଥିବା ବେଳେ ଶିକାରୀକୁ ଧରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ରେଞ୍ଜ ଅଧିନସ୍ଥ ଭୁଷଣ୍ଡପୁର ଚିଲିକା କୂଳରୁ ଏହି ଧରପଗଡ଼ ହୋଇଛି ।
ବିଷ ପ୍ରୟୋଗ କରି ଚିଲିକାରୁ ଶିକାରୀ ଜଣକ ବିଦେଶୀ ପକ୍ଷୀଙ୍କ ଶିକାର କରାଯାଇଛି ବୋଲି ଚିଲିକା ବନ୍ୟପ୍ରାଣୀ ବିଭାଗର DFO କହିଛନ୍ତି । ଗିରଫ ଶିକାରୀ ଜଣକ ଟାଙ୍ଗୀ ନିକଟସ୍ଥ ଭୁଷଣ୍ଡପୁର ଗ୍ରାମ ବିଧାରପୁର ସାହିର ଭାଗିରଥୀ ସ୍ୱାଇଁ । ମୃତ୍ୟୁ ପକ୍ଷୀ ଗୁଡିକର ପଞ୍ଚନାମା ସହିତ ଜୀବନ୍ତ ପକ୍ଷୀର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଛାଡି ଦିଆଯାଇଛି ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସ କହିଛନ୍ତି ।
You Can Read:
ପହଣ୍ଡି ବେଳେ ବଡ ଠାକୁର ପଡିଯିବା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି, ଏହା ଅକ୍ଷମଣୀୟ ତ୍ରୁଟି : ସୁଲୋଚନା