ଦିଲ୍ଲୀ ମହିଳା କମିଶନ ମୁଖ୍ୟ ଶ୍ୱାତି ମାଲିୱାଲଙ୍କୁ ୧୫ ମିଟର ଘୋଷାରି ନେଲା କାର, ଅଭିଯୁକ୍ତ ଗିରଫ
19/01/2023 at 3:59 PM

ନୂଆଦିଲ୍ଲୀ ୧୯।୧: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ଶ୍ୱାତୀ ମାଲିୱାଲଙ୍କୁ ଜଣେ ଟ୍ୟାକ୍ସି ଚାଳକ ଗତ ବିଳମ୍ବିତ ରାତ୍ରିରେ କାରରେ ୧୦ରୁ ୧୫ ମିଟର ଘୋଷାରି ନେଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ଏମସ୍ ଗେଟ୍ ନମ୍ବର ୨ରେ ଭୋର ପ୍ରାୟ ୩ଟା ୧୦ ମିନିଟ୍ରେ ଏହି ଘଟଣା ଘଟିଥିଲା। ମାଲିୱାଲଙ୍କ ଅଭିଯୋଗ ଆଧାରରେ ପୋଲିସ କାର ଚାଳକ ହରିଶ୍ଚନ୍ଦ୍ରକୁ ଗିରଫ କରିଛି। ମାମଲାର ତଦନ୍ତ ଜାରି ରହିଛି।

ମାଲିୱାଲ ଜାତୀୟ ରାଜଧାନୀରେ ମହିଳା ସୁରକ୍ଷା ତଦାରଖ କରୁଥିବା ବେଳେ ଏହି ଘଟଣା ଘଟିଛି। ରାତି ପ୍ରାୟ ୩ଟା ୧୦ ମିନିଟ୍ରେ ମାଲିୱାଲ ଏମସ୍ ଗେଟ୍ ନମ୍ବର ୨ ନିକଟରେ ଛିଡା ହୋଇଥିବା ବେଳେ ଏକ କାର ଆସି ଲାଗିଥିଲା ଓ ଚାଳକ ତାଙ୍କୁ କାରରେ ବସିବାକୁ କହିଥିଲେ। ଏହାକୁ ନେଇ ମାଲିୱାଲ ଡ୍ରାଇଭରକୁ ବିଗୁଡୁଥିବା ବେଳେ ସେ କାରର କାଚ ଉପରକୁ ଉଠାଇଦେବାରୁ ମାଲିୱାଲଙ୍କ ହାତ କାର କାଚରେ ଫଶି ଯାଇଥିଲା ଓ ଡ୍ରାଇଭର ମାଲିୱାଲଙ୍କୁ ୧୦ରୁ ୧୫ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା।
कल देर रात मैं दिल्ली में महिला सुरक्षा के हालात Inspect कर रही थी। एक गाड़ी वाले ने नशे की हालत में मुझसे छेड़छाड़ की और जब मैंने उसे पकड़ा तो गाड़ी के शीशे में मेरा हाथ बंद कर मुझे घसीटा। भगवान ने जान बचाई। यदि दिल्ली में महिला आयोग की अध्यक्ष सुरक्षित नहीं, तो हाल सोच लीजिए।
— Swati Maliwal (@SwatiJaiHind) January 19, 2023
ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଥିବା ବେଳେ ଡ୍ରାଇଭରର ମେଡିକାଲ ଯାଞ୍ଚ କରାଯାଇଛି। ପୋଲିସ ଡ୍ରାଇଭର ବିରୋଧରେ ଏତଲା ରୁଜୁ କରିଛି। ୪୭ ବର୍ଷିୟ ଡ୍ରାଇଭର ହରିଶ୍ଚନ୍ଦ୍ର ଘଟଣା ବେଳେ ନିଶାରେ ଥିଲା ବୋଲି ଜଣାପଡିଛି। ଘଟଣା ନେଇ ଶ୍ୱାତି ମାଲିୱାଲଙ୍କ ବୟାନ ଆସିଛି। ମାଲିୱାଲ ତାଙ୍କ ଟ୍ୱିଟ୍ରେ ଏକ ପୋଷ୍ଟ କରିଥିବା ବେଳେ ଯେଉଁଠି ମହିଳା ଆୟୋଗ ଅଧ୍ୟକ୍ଷା ସୁରକ୍ଷିତ ନୁହନ୍ତି ସେଠାରେ ରାଜ୍ୟର ସାଧାରଣ ମହିଳାଙ୍କ ସୁରକ୍ଷା କଥା କଣ କହିବା ବୋଲି ଉଲ୍ଲେଖ କରିଛନ୍ତି।