Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡେରିରେ ଚେତିଲା କମିଶନରେଟ୍‌ ପୋଲିସ, ଗାଦି ଛାଡୁନଥିବା ଏସ୍‌ଆଇଙ୍କୁ ଡିସିପିଙ୍କ ଫତୁଆ

8/04/2023 at 1:01 PM

ଭୁବନେଶ୍ୱର ୦୮/୦୪: ଡେରିରେ ହେଉ ପଛେ ଚେତିଛି କମିଶନରେଟ୍ ପୋଲିସ । ଭିଜିଲାନ୍ସ ଜାଲରେ ଖଣ୍ଡଗିରି ଥାନା ସବ୍‌ଇନ୍ସପେକ୍ଟର ସୁଶାନ୍ତ କୁମାର ସ୍ୱାଇଁ ପଡିବା ପରେ ଆକ୍ସନ ମୁଡରେ ରାଜ୍ୟ ପୋଲିସ ବିଭାଗ । ବଦଳି ନିର୍ଦ୍ଦେଶ ସତ୍ତ୍ୱେ ଦେଢ଼ ମାସ ଧରି ଥାନାରୁ ଯାଉନଥିବା ଏସ୍‌ଆଇ ଓ ଏଏସ୍‌ଆଇ ଅଧିକାରୀଙ୍କୁ ତାଗିଦ୍‌ କରିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ସେ ନିର୍ଦ୍ଦେଶ ଦେଇଛନ୍ତି, ଆସନ୍ତା ୩ ଦିନ ଭିତରେ ନୂଆ ଥାନାରେ ଦାୟିତ୍ୱ ନିଅ । ନହେଲେ, ସମ୍ପୃକ୍ତ ଥାନା ଅଧିକାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗିରଫ ହୋଇଥିବା ଶ୍ରୀ ସ୍ୱାଇଁ ବଦଳି ନିୟମକୁ ବେଖାତିର୍‌ କରିଥିବାରୁ ଏହି ଫତୁଆ ଜାରି କରିଛି କମିଶନରେଟ୍ ପୋଲିସ ।

କମିଶନରେଟ୍‌ ପୋଲିସର ସୂଚନା ମୁତାବକ, ମୋଟ ୨୪ ଜଣ ସବ୍‌ଇନ୍ସପେକ୍ଟର ବଦଳି ନିୟମକୁ ବେଖାତିର୍‌ କରିଛନ୍ତି । ଏଥିରେ ୬ଜଣ ମହିଳା ସବ୍‌ଇନ୍ସପେକ୍ଟର ଅଛନ୍ତି । ସେହିପରି ୩ଜଣ ଏଏସ୍‌ଆଇ ମଧ୍ୟ ବଦଳି ସତ୍ତେ୍ୱ ନୂଆ ଥାନାରେ ଯୋଗ ଦେଇନାହାନ୍ତି । ଡିସିପି ତାଗିଦ୍‌ କରିଛନ୍ତି, ଆସନ୍ତା ୩ ଦିନ ଭିତରେ ଯଦି ଏମାନଙ୍କୁ ଅନ୍ୟ ଥାନାରେ ଯୋଗ ଦେବାକୁ ପଡ଼ିବ ।

ଯଦି କେହି ଏସ୍‌ଆଇ କିମ୍ବା ଏଏସ୍‌ଆଇ ଗାଦି ନଛାଡ଼ନ୍ତି ତେବେ ସେହି ଥାନାର ଅଧିକାରୀ ଅଥବା ବିଭାଗୀୟ ମୁଖ୍ୟଙ୍କୁ ଏନେଇ ଉପଯୁକ୍ତ କାରଣ ଦେବାକୁ ପଡ଼ିବ । କାରଣ ଗ୍ରହଣଯୋଗ୍ୟ ନହେଲେ ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଫେବ୍ରୁଆରୀ ୧୬ ତାରିଖରେ ଏସ୍‌ଆଇସ୍ତରରେ ଏକ ବଡ଼ଧରଣର ଅଦଳବଦଳ ହୋଇଥିଲା । ଭୁବନେଶ୍ୱର ଓ କଟକ ସହରାଞ୍ଚଳ ଜିଲ୍ଲା ପୁଲିସ (ୟୁପିଡି)ରେ ଜଣେ ଇନ୍ସପେକ୍ଟରଙ୍କୁ ମିଶାଇ ମୋଟ୍‌ ୮୮ ଜଣଙ୍କ ବଦଳି ହୋଇଥିଲା । ଏଥିରେ ନୂଆ କରି କମିଶନରେଟ୍‌ ପୁଲିସକୁ ଆସିଥିବା ୬୨ଜଣ ଏସ୍‌ଆଇଙ୍କ ନାମ ଥିଲା । ପ୍ରକାଶିତ ଏକ ବିଜ୍ଞପ୍ତି ମୁତାବକ କମିଶନରେଟ୍‌ ପୁଲିସ୍‌ର ୨ଚର୍ଚ୍ଚିତ ଏସ୍‌ଆଇଙ୍କ ବଦଳି ହୋଇଛି । ଓସିଓପି/ସାଇବର ସେଲ୍‌ରେ ଥିବା ଏସ୍‌ଆଇ ଗୟାନନ୍ଦ ସାହାଙ୍କୁ ଲକ୍ଷ୍ମୀସାଗର ଥାନାଙ୍କୁ ବଦଳି କରାଯାଇଛି । ସେହି ଥାନାରେ ଥିବା ଏସ୍‌ଆଇ ଶଶୀକାନ୍ତ ରାଉତଙ୍କ ସ୍ପେଶାଲ୍‌ ସ୍କ୍ୱାଡ୍‌କୁ ବଦଳି ହୋଇଛି ।

   Related Posts