ହକି ପୁରୁଷ ବିଶ୍ଵ କପ-୨୦୨୩ ପ୍ରସ୍ତୁତି, ବିଭିନ୍ନ ହୋଟେଲ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି

Published By : Prameya-News7 Bureau | December 30, 2022 IST

ଭୁବନେଶ୍ୱର: ଆସନ୍ତା ୨୦୨୩ ଜାନୁଆରୀ ୧୩ରୁ ୨୯ ଯାଏ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା “ଏଫ୍ଆଇଏଚ ହକି ପୁରୁଷ ବିଶ୍ଵକପ-୨୦୨୩” କୁ ଆଖିରେ ରଖି ଭୁବନେଶ୍ଵରର ଡିସିପି ଶ୍ରୀ ପ୍ରତୀକ ସିଂ ଭୁବନେଶ୍ଵରରେ ଥିବା ବିଭିନ୍ନ ହୋଟେଲ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଏହି ସମୟରେ ଡିସିପି ଶ୍ରୀ ସିଂ ହୋଟେଲର ପରିଚାଳକମାନଙ୍କ ସହିତ ହୋଟେଲରେ କିପରି ଖେଳାଳିମାନେ ସୁବିଧାରେ ରହିବେ ଏବଂ ହୋଟେଲର ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଖେଳାଳିଙ୍କ ପ୍ରତି କିପରି ଦାୟିତ୍ୱ ରହିବ ସେନେଇ ହୋଟେଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ ।

ଭୁବନେଶ୍ଵରର ୯ଟି ହୋଟେଲରେ ଖେଳାଳିଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଖେଳାଳିମାନେ ରହିବାକୁ ଥିବା ପ୍ରତ୍ୟକ ହୋଟେଲରେ ଜଣେ ଲେଖାଏଁ  ଡିଏସପିଙ୍କ ତତ୍ଵାବଧାନରେ ୩ ଜଣ ଇନ୍ସପେକ୍ଟର, ୬ ଜଣ ସବ-ଇନ୍ସପେକ୍ଟର/ ଆସିଷ୍ଟାଣ୍ଡ ସବ-ଇନ୍ସପେକ୍ଟର, ୩ ଜଣ ସିଗନାଲ୍ ଆସିଷ୍ଟାଣ୍ଡ ସବ-ଇନ୍ସପେକ୍ଟର, ଏପିଆର-୬, ୨ ପ୍ଲାଟୁନ ଫୋର୍ସ, ହୋମ୍ ଗାର୍ଡ ୩ ଜଣ ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ରହିବେ । ହୋଟେଲରେ ରହିବା ବେଳେ ଖେଳାଳିଙ୍କ ସହିତ ହୋଟେଲ କର୍ମଚାରୀଙ୍କର କିପରି ବ୍ୟବହାର ରହିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ପରାମର୍ଶ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.