ଏଯାଏଁ ଚିହ୍ନଟ ହୋଇନାହାନ୍ତି ୩ ସିନିୟର, ଗାଁରେ ରୁଚିକାଙ୍କ ସାଙ୍ଗସାଥୀଙ୍କୁ ପଚରାଉଚରା କରୁଛି ପୋଲିସ- ଡିସିପି

Published By : Prameya-News7 Bureau | July 05, 2022 IST

ଭୁବନେଶ୍ୱର ୦୫।୦୭ : ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ଏବେ ଯାଏଁ ଚିହ୍ନଟ ହୋଇନାହାନ୍ତି ୩ଜଣ ସିନିୟର । ୧୦୦ଜଣ ବୟାନ ରେକର୍ଡ କରିଛି ପୋଲିସ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ତନାଘନା କରୁଛି ପୋଲିସ । ଏପିରିକି ରୁଚିକାଙ୍କ ଗାଁକୁ ଯାଇ ତଦନ୍ତ କରିଛି ପୋଲିସର ଏକ ଟିମ୍‌ । ସେଠାରେ ରୁଚିକାଙ୍କ ସ୍କୁଲ ଓ କଲେଜ ସାଥୀମାନଙ୍କୁ ପଚରାଉଚୁରା କରାଯାଇଛି । ରୁଚିକାଙ୍କ ମୃତ୍ୟୁ ସମ୍ପର୍କରେ କଲେଜ କର୍ତ୍ତୃପକ୍ଷଙ୍କୁ ପଚରାଉଚୁରା କରିବା ସହ ସେମାନଙ୍କୁ ତଦନ୍ତରେ ସାମିଲ କରାଯାଇଛି । ଖୁବଶୀଘ୍ର ମାମଲାର ସମାଧାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.