ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା କଡ଼ାକଡି, ମୁତୟନ ହେବେ ୧୨ ପ୍ଲାଟୁନ ଫୋର୍ସ -ଡିସିପି

Published By : Prameya-News7 Bureau | March 03, 2024 IST

ଭୁବନେଶ୍ୱର ୦୩।୦୩ : ମାର୍ଚ୍ଚ ୫ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

wp:html /wp:html

ସେ ଆହୁରି ମଧ୍ୟ କହିଛନ୍ତି ଯେ , ମାର୍ଚ୍ଚ ୫ରେ ପ୍ରଧାନମନ୍ତ୍ରୀ ମୋଦି ଆସୁଥିବାରୁ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବ । ଏସପିଜି,  ସୁରକ୍ଷା ସଂକ୍ରାନ୍ତ ସମସ୍ତ ବିଭାଗ ସହିତ ସମସ୍ତ ଆଲୋଚନା ଚାଲିଛି । ବିମାନବନ୍ଦର ଓ ରାଜଭବନକୁ ହାଇ ସିକ୍ୟୁରିଟ ଜୋନରେ ରଖାଯାଇଛି । ବିମାନ ବନ୍ଦରର ଆଖପାଖ ଅଞ୍ଚଳରେ ବହୁ ତଳ ପ୍ରସାଦ ଉପରେ ନଜର ରଖାଯାଇଛି । ସେମାନଙ୍କ ପରିଚୟ ପତ୍ର ଓ ତଥ୍ୟ ପୋଲିସ୍ ପାଖରେ ରହିବ। ଯଦି  ଆବଶ୍ୟକ ପଡେ ପ୍ରଧାନମନ୍ତ୍ରୀ ମୋଦି ରାଜଭବନ ଆସନ୍ତି ।  ତେବେ ରାଜଭବନରେ ସମସ୍ତ ବ୍ୟବସ୍ଥା ରଖାଯାଇଛି ।

wp:embed {"url":"https://www.prameyanews7.com/then-there-will-be-laughter-with-sunil-grover-and-kapil-sharma/","type":"wp-embed","providerNameSlug":"prameya-news-7"}
https://www.prameyanews7.com/then-there-will-be-laughter-with-sunil-grover-and-kapil-sharma/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.