ହ୍ୟୁମାନ ସାଗରଙ୍କ ନାଁରେ ନିର୍ଯାତନା ମାମଲା, କଟକ ଡିସିପିଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | January 18, 2023 IST

କଟକ ୧୮/୦୧: ବହୁ ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ନାଁରେ ନିର୍ଯାତନା ମାମଲାରେ କଟକ ଡିସିପିଙ୍କ ପ୍ରତିକ୍ରିୟା । ଡିସିପି କହିଛନ୍ତି ଏହା ଏକ ପାରିବାରିକ ମାମଲା । ନିର୍ଯାତନା ନେଇ ହ୍ୟୁମାନଙ୍କ ପତ୍ନୀ ଦେଇଛନ୍ତି ଲିଖିତ ଅଭିଯୋଗ । ଆସନ୍ତାକାଲି ଉଭୟଙ୍କୁ ମହିଳା ଥାନାରେ ହାଜର ହେବାକୁ କୁହାଯାଇଛି । ଉଭୟଙ୍କୁ ମହିଳା ଥାନାରେ କାଉନସେଲିଂ କରାଯିବ ବୋଲି ଡିସିପି କହିଛନ୍ତି ।

ସୂଚନା ଥାଉକି, ଗତ କିଛି ମାସ ହେବ ହ୍ୟୁମାନ ସାଗର ପତ୍ନୀଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ପାରିବାରିକ ଅଶାନ୍ତି ଯୋଗୁ ପତ୍ନୀ କିଛି ମାସ ହେବ ବାଲେଶ୍ୱରରେ ଥିବା ବାପ ଘରକୁ ଚାଲିଯାଇଛନ୍ତି । ଗତକାଲି ଡିସିପିଙ୍କ ଅଫିସକୁ ଯାଇ ଏନେଇ ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କୁ ଶାରିରୀକ ଓ ମାନସିକ ଭାବେ ନିର୍ଯାତନା ଦେଇଆସୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.