ବିନା ୟୁନିଫର୍ମରେ ବୁଲିବେ ପୋଲିସ, ମଦ ପିଇ ଉତ୍ପାତ କଲେ କାର୍ଯ୍ୟାନୁଷ୍ଠାନ
12/11/2023 at 11:11 AM

ଭୁବନେଶ୍ୱର ୧୨।୧୧ : ରାଜଧାନୀ ରାଜରାସ୍ତାରେ ବିନା ୟୁନିଫର୍ମରେ ବୁଲିବେ ପୋଲିସ । ବିଭିନ୍ନ ସ୍ଥାନରେ କଡାକଡି ହେବ ମଦୁଆ ଧରା ଅଭିଯାନ । ଯଦି କେହି ମଦ ପିଇ ଉତ୍ପାତ କଲେ ଉଠାଇ ଆଣିବ ପୋଲିସ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶବ୍ଦ ପ୍ରଦୂଷଣକାରୀ ବାଣ ଫୁଟାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ପିସିଆର ସହ ଥାନା କର୍ମଚାରୀ ଗଳିକନ୍ଦିରେ କରିବେ ପାଟ୍ରୋଲିଂ । ରାତିରେ ସହରର ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ କରାଯିବ। ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଗଠନ ହୋଇଛି ସ୍ପେଶାଲ ଟିମ୍। କୌଣସି ଦୁର୍ଘଟଣାକୁ ଆଶଙ୍କା କରି ଅଗ୍ନିଶମ ଓ ହସ୍ପିଟାଲ କର୍ମଚାରୀଙ୍କ ସହ ପୋଲିସର ଆଲୋଚନା । ଆଲୋକର ପର୍ବ ଖୁସି ଆଣୁ, କିନ୍ତୁ କାହାକୁ ଦୁଃଖ ନଦେଉ । ସମସ୍ତେ ଭଲରେ ଭଲରେ ଦୀପାବଳି ପାଳନ କରନ୍ତୁ ।