ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଉଠା ଦୋକାନକୁ ନେଇ ଯୁବକଙ୍କୁ ହତ୍ୟା, ପୋଲିସ ଘଟଣାକୁ ଗୁରୁତ୍ୱ ସହ ନେଉଛୁ- ଡିସିପି

31/08/2022 at 2:06 PM

ଭୁବନେଶ୍ୱର ୩୧।୦୮: ଦୋକାନ ବସାଇବାକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା । ବାଣୀବିହାର ଛକରେ ସୌମ୍ୟ ରଞ୍ଜନ କୁଣ୍ଡୁ ଏକ ପାନ ଦୋକାନ କରିଥିଲା । ଦୋକାନ କରିବା ନେଇ ଦୁଇ ଜଣ କାବୁ ଦାସ, ପାଉଣୀ ଦାସଙ୍କ ସହ ତାଙ୍କର ଝଗଡା ହୋଇଥିଲା । ସେମାନଙ୍କର ଘର ପଥରବନ୍ଧ ବସ୍ତି ଓ ଧିରୀକୁଟି ବସ୍ତି ।

ଖବର ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୨ ଟା ବେଳେ ଏହି ଘଟଣା ଘଟିଥିଲା । ଦୋକାନ ବସାଇବାକୁ ନେଇ ବିଳମ୍ବିତ ରାତିରେ ମଦ ପିଇ ପାଟିତୁଣ୍ଡ ହୋଇଥିଲା । ଧାରୁଆ ଅସ୍ତ୍ର ଓ ବାଉଁଶ ରେ ଆକ୍ରମଣ ହୋଇଥିଲା । ପରେ ଏମ୍ସରେ ସେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଉଠା ଦୋକାନ ପକାଇବାକୁ ନେଇ ଘଟଣା ଘଟିଛି । ପାର୍ବଣ ବେଳେ ଏହି ଘଟଣାକୁ ଖୁବ ଗୁରୁତର ଭାବେ ପୋଲିସ ନେଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।  

   Related Posts