scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ସ୍ପଷ୍ଟ କଲେ ଡିସିପି, କହିଲେ ସବୁ ଦିଗରୁ ଚାଲିଛି ତଦନ୍ତ

11/08/2023 at 1:17 PM

ଭୁବନେଶ୍ବର ୧୧/୦୮: ଶୁଭଲକ୍ଷ୍ମୀ ମୃତ୍ୟୁ ରହସ୍ୟରୁ ହଠିଲା ପର୍ଦ୍ଦା । ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ କରିଛନ୍ତି ଡିସିପି ପ୍ରତୀକ ସିଂହ । ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ସେ ଆତ୍ମହତ୍ୟା କରିଛନ୍ତି । ଡିସିପି କହିଛନ୍ତି ସବୁ ସ୍ତରରୁ ତଦନ୍ତ କରାଯାଉଛି । ଆତ୍ମହତ୍ୟା ପଛର କଣ କାରଣ ? କିଏ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲା କି ? ଏ ସମସ୍ତ ଦିଗରେ ତଦନ୍ତ ହେଉଛି ।

କିଛି ଲୋକଙ୍କୁ ପଚରାଉଚରା କରାଯାଇଛି । ଆଉ କିଛି ଲୋକଙ୍କୁ ପଚରା ଉଚରା କରାଯିବ । ସିଡ଼ିଆର ଯାଞ୍ଚ ଚାଲିଛି । ଶୁଭଲକ୍ଷ୍ମୀଙ୍କ ତଥାକଥିତ ଅଙ୍କଲଙ୍କର ପୂର୍ବ କ୍ରାଇମ୍ ହିଷ୍ଟ୍ରି ଯାଞ୍ଚ କରାଯାଉଛି । ଏହାସହ ଦିପାଲି ହୋଟେଲର ସିସିଟିଭି ଯାଞ୍ଚ କରାଯାଇଛି । ଶୁଭ ଲକ୍ଷ୍ମୀ ଯିବା ଆସିବା ସମୟରେ ସିସିଟିଭି, କେତେବେଳେ ଆସିଥିଲେ ଓ କେତେବେଳେ ଯାଇଥିଲେ ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଛି । Cdr ରିପୋର୍ଟ ରୁ ସେମିତି କିଛି ତଥ୍ୟ ମିଳିନାହିଁ । ତେବେ ପରିବାର ସହ ବନ୍ଧୁ, ବାର୍‌ର କର୍ମଚାରୀ ଙ୍କୁ ପଚରା ଉଚରା ଚାଲିଛି ।

ଡିସିପି ଆହୁରି କହିଛନ୍ତି ସୋସିଆଲ ମିଡ଼ିଆରେ କାହା କାହା ସହ କଥା ହୋଇଥିଲେ ଶୁଭଲକ୍ଷ୍ମୀ ସେ ସବୁର ତଦନ୍ତ କରାଯାଉଛି । ଭାଇରଲ ଭିଡିଓକୁ ତଦନ୍ତ ପରିସର କରାଯାଉଅଛି । ଭାଇରାଲ ଭିଡିଓ କାହାର କିଏ ଭାଇରାଲ କରୁଛି ତାର ମଧ୍ୟ ତଦନ୍ତ ହେବ । ଆତ୍ମହତ୍ୟା ସହ କଣ ସଂପର୍କ ଅଛି ସେ ସବୁର ତଦନ୍ତ କରାଯାଉଛି । ପୁରୁଷ ବନ୍ଧୁ ଅନିଲ ଭୋଳକୁ ତଦନ୍ତ ପରିସର ଭୁକ୍ତ କରଯାଇଛି ।

you can also read…

   Related Posts