ନୂଆଦିଲ୍ଲୀ ୪/୬: କରୋନା ଭୂତାଣୁ ବିରୋଧରେ ଦେଶରେ ଟିକାକରଣ ଜୋରଦାର ହୋଇଛି । ଏହାରି ଭିତରେ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)କୁ ମିଳିଲା ଋଷ ଭ୍ୟାକସିନ୍ ସ୍ପୁଟନିକ୍-ଭି ନିର୍ମାଣ ଅନୁମତି । ଏନେଇ କେନ୍ଦ୍ର ସରକାର ଏସଆଇଆଇକୁ ମଞ୍ଜୁରୀ ଦେଇଛନ୍ତି। ଏଣିକି ସିରମ ଇନଷ୍ଟିଚ୍ୟୁଟ୍ ତିଆରି କରିବ ସ୍ପୁଟନିକ୍-ଭି ଟିକା।
ପରୀକ୍ଷଣ ଏବଂ ବିଶ୍ଳେଷଣ ସହ ସ୍ପୁଟନିକ୍-ଭି ତିଆରି କରିବାକୁ ଡ୍ରଗ୍ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ସିରିମ ଇନଷ୍ଟିଚ୍ୟୁଟ୍କୁ ଅନୁମତି ଦେଇଥିବା ଜଣାପଡ଼ିଛି । କୋଭିସିଲ୍ଡ ଭ୍ୟାକସିନ୍ ପ୍ରସ୍ତୁତ କରୁଥିବା କମ୍ପାନୀ ସିରମ ଇନଷ୍ଟିଚ୍ୟୁଟ୍ ଦେଶରେ କୋଭିଡ୍ ଟିକା ସ୍ପୁଟନିକ୍ ଭି ତିଆରି କରିବାକୁ ଡିସିଜିଆଇକୁ ଅନୁମତି ମାଗିଥିଲା।
ଏହା ସହ ଯାଞ୍ଚ ବିଶ୍ଳେଷଣ ଏବଂ ପରୀକ୍ଷଣ ପାଇଁ ମଞ୍ଜୁରୀ ଲୋଡ଼ିଥିଲା ଏସଆଇଆଇ। ଏବେ ଡ. ରେଡ୍ଡୀ ଲାବ ସ୍ପୁଟନିକ୍-ଭି ଟିକା ଉତ୍ପାଦନ କରୁଛି। ଚଳିତ ବର୍ଷ ଶେଷ ସୁଦ୍ଧା ସ୍ପୁଟନିକ-ଭି ଟିକାର ୮୫ କୋଟି ଡୋଜ୍ ପ୍ରସ୍ତୁତ ହେବା ନେଇ ଲକ୍ଷ ରହିଛି।