oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କୋଭାକ୍ସିନ ଓ କୋଭିସିଲ୍ଡ ମିଶ୍ରିତ ଡୋଜର ହେବ କ୍ଲିନିକାଲ ଟ୍ରାଏଲ, ଡିଜିସିଆଇର ଅନୁମତି

11/08/2021 at 11:12 AM

ନୂଆଦିଲ୍ଲୀ ୧୧/୦୮: କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରଣ ଉପରେ ଅଧ୍ୟୟନ କରିବାକୁ ଅନୁମତି ଦେଲା ଡିସିଜିଆଇ । କିଛି ଦିନ ତଳେ ଆଇସିଏମଆର କହିଥିଲା ଯେ, କୋଭାକ୍ସିନ ଓ କୋଭିସିଲ୍ଡର ମିଶ୍ରିତ ଖୋରାକ ସର୍ବାଧିକ ପ୍ରଭାବଶାଳୀ । ଏଭଳି ମିଶ୍ରିତ ଡୋଜ ନେଉଥିବା ଲୋକଙ୍କ ଶରୀରରେ କରୋନା ସଂକ୍ରମଣର ସମ୍ଭାବନା କମ ରହୁଛି । ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଛି । ଏହାକୁ ନଜରରେ ରଖି କୋଭିିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରଣକୁ ନେଇ ଅଧ୍ୟୟନ କରିବା ପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ, ଡିସିଜିଆଇ ଅନୁମତି ଦେଇଛନ୍ତି ।

ଏହି ଅଧ୍ୟୟନ ଏବଂ ଏହାର କ୍ଲିନିକାଲ୍ ପରୀକ୍ଷା, ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ୍ କଲେଜ ଦ୍ୱାରା ପରିଚାଳିତ ହେବ । ବିଶେଷଜ୍ଞ କାର୍ଯ୍ୟ ସମିତି କିଛିଦିନ ପୂର୍ବରୁ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ ସହ ନାକରେ ପକାଯାଉଥିବା ଭାରତ ବାୟୋଟେକର ଟିକା ଉପରେ ଅଧ୍ୟୟନ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି ସମୟରେ ଏସଇସି କହିଥିଲେ ଯେ ଅନେକ ଦେଶ ଏବେ ତା’ର ନାଗରିକମାନଙ୍କୁ ମିଶ୍ରିତ କରୋନା ଟିକା ଦେଉଛି ଓ ତାହାର ପରିଣାମ ଭଲ ରହୁଛି ।

   Related Posts