ନୂଆଦିଲ୍ଲୀ ୨୦।୯: ଦେଶର ପ୍ରଥମ କ୍ରିସ୍ପର କୋଭିଡ୍-୧୯ ପରୀକ୍ଷଣ ପାଇଁ ଟାଟା ସମୂହକୁ ଡିଜିସିଆଇ ପକ୍ଷରୁ ମଞ୍ଜୁରୀ ମିଳିଛି । ଏହାର ବ୍ୟବସାୟିକ ପରୀକ୍ଷଣକୁ ଆରମ୍ଭ କରିବାକୁ ମଞ୍ଜୁରୀ ମିଳିଛି । ଟାଟା ସନ୍ସ ଏକ ବିଜ୍ଞପ୍ତିରେ ଏହି ସୂଚନା ଦେଇଛି ।
ଏହି ପରୀକ୍ଷଣର ନାଁ ରଖାଯାଇଛି FELUDA । କମ୍ପାନୀ କହିଛି ଯେ, ଏହି ପରୀକ୍ଷଣ ସଠିକ୍ ପରିଣାମ ଦେବାରେ ପାରମ୍ପରିକ ଆରଟିପିସିଆର ପରୀକ୍ଷଣ ସମତୁଲ୍ୟ ଅଟେ । ଏହା ବ୍ୟତୀତ ଏହା ଶସ୍ତା ଏବଂ କମ୍ ସମୟରେ ପରିଣାମ ଦେଇଥାଏ ।
ଏହି ପରୀକ୍ଷଣର ପ୍ରୟୋଗ ଭବିଷ୍ୟତରେ ଅନ୍ୟ ମହାମାରୀ ପାଇଁ ମଦ୍ୟ ଉପଯୋଗ କରାଯାଇପାରିବ । କମ୍ପାନୀ କହିଟି ଯେ, ଟାଟା କ୍ରିସ୍ପର ପରୀକ୍ଷଣ ସିଏଏସ-୯ ପ୍ରୋଟିନର ବ୍ୟବହାର କରୁଥିବା ବିଶ୍ବର ପ୍ରଥମ ଏଭଳି ପରୀକ୍ଷଣ ଯାହା ସଫଳତାପୂର୍ବକ କୋଭିଡ୍-୧୯ ମହାମାରୀ ବ୍ୟାପଉଥିବା ଭାଇରସ୍ ର ଚିହ୍ନଟ କରିପାରେ ।