AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର୨: CFSLର ସହାୟତାରେ ASI ଗୋପାଳ ଦାସଙ୍କ ହେବ ଭଏସ ଟେଷ୍ଟ
  • ||
  • ଖଲ୍ଲିକୋଟ: ବସ୍‌ କର୍ମଚାରୀ ଭୁଲିଗଲେ ମାନବିକତା, ଅଧାରାସ୍ତାରେ ଛାଡି ଚାଲିଗଲେ ମୃତଦେହ
  • ||
  • ଦାରିଙ୍ଗବାଡି: ବାଇକ୍‌-କାର୍‌ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ
  • ||
  • ପାଟଣା: ପୋଖରୀ ଭିତରକୁ ପଶିଲା ତେଲ ଟ୍ୟାଙ୍କର, ଭାରସାମ୍ୟ ହରାଇ ଓଲଟିପଡିଲା
  • ||

ବଜାରରେ ଉପଲବ୍ଧ ହେବ କୋଭୋଭାକ୍ସ ଭ୍ୟାକ୍ସିନ, ବୁଷ୍ଟର ଡୋଜ୍ ଭାବେ ଡିସିଜିଆଇର ମଞ୍ଜୁରୀ

17/01/2023 at 11:59 AM

ନୂଆଜିଲ୍ଲୀ: କୋଭୋଭାକ୍ସକୁ ବୁଷ୍ଟର ଡୋଜ୍ ଭାବେ ମିଳିଲା ମଞ୍ଜୁରୀ । ବିଜାରରେ ଉପଲବ୍ଧ କରିବା ପାଇଁ ଡ୍ରଗ୍ସ କଣ୍ଟ୍ରୋଲ ଜେନେରାଲ୍ ଅଫ୍ ଇଣ୍ଡିଆ ମଞ୍ଜୁରୀ ପ୍ରଦାନ କରିଛି । ସିରମ୍ ଇଷ୍ଟିଚ୍ୟୁଟର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯେଉଁମାନେ କରୋନାର କୋଭିସିଲ୍ଡ ଓ କୋଭାକ୍ସିନ୍ ଭ୍ୟାକ୍ସିନ ନେଇଥିବେ, ସୋମାନେ  କୋଭୋଭାକ୍ସ ବୁଷ୍ଟର ଡୋଜ୍ ନେଇ ପାରବେ । ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନର ବିଶେଷଜ୍ଞ ଦଳ ସୁପାରିସ୍ କରିବା ପରେ ଏହି ଭ୍ୟାକ୍ସିନକୁ ଡିସିଜିଆଇ ମଞ୍ଜୁରୀ ପ୍ରଦାନ କରିଛି ।

ବିଦେଶରେ କରୋନା ନୂଆ ଭାରିଆଣ୍ଟର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସିରମ୍ ଇଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଅବସ୍ଥାପିତ ନିୟମ ନିର୍ଦ୍ଦେଶକ ଭାରତରେ ୧୮ ଏବଂ ଏହା ଠାରୁ ଆଧିକ ବୟସ୍କଙ୍କୁ କୋଭୋଭାକ୍ସ ବୁଷ୍ଟର ଡୋଜ୍ ଦେବା ପାଇଁ ଡିସିଜିଆଇକୁ ଚିଠି ଲେଖିଥିଲେ । ଗତ ବୁଧବାର ସିଡିଏସସିଓର ବିଶେଷଜ୍ଞ କମିଟି ଏହା ଉପରେ ବିଚାରବିମର୍ଶ କରିଥିଲେ । କୋଭିସିଲ୍ଡ ଓ କୋଭାକ୍ସିନ ଭ୍ୟାକ୍ସିନର ୨ଟି ଡୋଜ୍ ନେଇଥିବା ବ୍ୟକ୍ତି କୋଭୋବାକ୍ସର ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କହିଥିଲେ । ଏହା ସହିତ ଟିକାରୁ ବଜାରରେ ଉପଲବ୍ଧ କରାଇବା ପାଇଁ ସୁପାରିସ୍ କରିଥିଲେ ।  

 ଡିସିଜିଆଇ ୨୦୨୧ ଡିସେମ୍ବର ୨୮ ତାରିଖରେ କୋଭୋଭାକ୍ସକୁ ବୟସ୍କଙ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ।  ଏହା ପରେ  ମାର୍ଚ୍ଚ ୨୦୨୨ରେ ୧୨-୧୭ ବର୍ଷ ମଧ୍ୟରେ ଏହି ଟକାକୁ ବ୍ୟବହାର ପାଇଁ କିଛି ସର୍ତ୍ତରେ ମଞ୍ଜୁରୀ  ଦେଇଥିଲେ । ୨୦୨୧ ଡିସେମ୍ବର ୨୧ତାରିଖରେ  WHO ଦ୍ବାରା ଏହି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ତାଲିକାରେ ସାମିଲ କରିଥିଲା ।     

   Related Posts