ଦେଶର ପ୍ରଥମ mRNA କରୋନା ଭାକ୍ସିନକୁ ମିଳିଲା ମାନବ ପରୀକ୍ଷଣ ଲାଗି ମଞ୍ଜୁରି, ତେବେ ସର୍ତ୍ତ ରଖିଛନ୍ତି DCGI

Published By : Prameya-News7 Bureau | December 11, 2020 IST

ନୂଆଦିଲ୍ଲୀ ୧୧।୧୨: କରୋନା ଭାଇରସ ମହାମାରୀରେ ନିର୍ମିତ ହେଉଥିବା ଭାକ୍ସିନକୁ ନେଇ ନୂଆ ଖବର ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପୁଣେସ୍ଥିତ ଜିନୋଭା କମ୍ପାନୀ ପ୍ରସ୍ତୁତ କରିଥିବା କୋଭିଡ ଟିକାର ମାନବ ପରୀକ୍ଷଣ ନିମନ୍ତେ ଅନୁମତି ପ୍ରଦାନ କରିଛନ୍ତି। ଏହା ଦେଶର ପ୍ରଥମ ଏପରି ଟିକା ଯାହାକୁ କେନ୍ଦ୍ର ମନ୍ତ୍ରାଳୟ ଏପରି ମଞ୍ଜୁରି ଦେଇଛନ୍ତି। କାରଣ କମ୍ପାନୀ ଭାକ୍ସିନ ମେସେଞ୍ଜର ଆରଏନଏକୁ ଆଧାର କରି ଏହାକୁ ପ୍ରସ୍ତୁତ କରିଛନ୍ତି।

ଏମଆରଏନଏ ବୈଷୟିକ ଜ୍ଞାନକୌଶଳରେ ବିକଶିତ ଏହି ଟିକା ଯାହା ଶରୀରକୁ କିପରି ପ୍ରୋଟିନର ଆବଶ୍ୟକତା ଅଛି ଓ ସେ ଏହାକୁ କିପରି ପ୍ରସ୍ତୁତ କରିବ ତାହା ନିୟନ୍ତ୍ରିତ କରିବ। ଜିନୋଭା ପୂର୍ବରୁ ଫାଇଜର ଓ ମଡର୍ଣ୍ଣା ମଧ୍ୟ ଏହିପରି ଟିକା ବିକଶିତ କରିଛନ୍ତି। ଯାହାର ସେମାନେ ମାନବୀୟ ପରୀକ୍ଷଣ ସମ୍ପୂର୍ଣ୍ଣ କରିବା ସହ ଏବେ ଟିକା ପ୍ରସ୍ତୁତି ନିମନ୍ତେ ଆମେରିକାରେ ନିୟାମକଙ୍କ ମଞ୍ଜୁରିକୁ ଅପେକ୍ଷା କରି ରହିଛନ୍ତି।

ମଡର୍ଣ୍ଣା ଟିକା ୯୪.୫ ପ୍ରତିଶତ ପ୍ରଭାବୀ ବୋଲି ଦାବି କରୁଥିବା ବେଳେ ଫାଇଜର ତାଙ୍କ ଟିକା ୯୦ ପ୍ରତିଶତ ପର୍ଯ୍ୟନ୍ତ ଅସରଦାର ବୋଲି କହୁଛନ୍ତି। ଡ୍ରଗ୍‌ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଦେଶର ପ୍ରଥମ ଏମଆରଏନଏ କୋଭିଡ-୧୯ ଭାକ୍ସିନ କ୍ୟାଣ୍ଡିଡେଟ୍ HGCO-19କୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଲାଗି ସର୍ତ୍ତମୂଳକ ମଞ୍ଜୁରି ପ୍ରଦାନ କରିଛନ୍ତି।

ଜିନୋଭା ବାୟୋଟେକ୍‌ ଆମେରିକୀୟ ବାୟୋଟେକ୍‌ କର୍ପୋରେସନ ଏଚଡିଟି ସହ ମିସି ଏହି ଟିକା ବିକାଶ କରିଛନ୍ତି। ଡିସିଜିଆଇ ବିଶେଷଜ୍ଞ ସମିତିଙ୍କ ସହ ପରାମର୍ଶ ପରେ ସଂସ୍ଥାକୁ ଟିକାର ଦ୍ୱିତୀୟ ପର୍ଯ୍ୟାୟ ମାନବୀୟ ପରାକ୍ଷଣ ଲାଗି ଏହି ମଞ୍ଜୁରି ଦେଇଛନ୍ତି। ଏହାର ଫଳାଫଳକୁ ନେଇ ଚିକିତ୍ସା କ୍ଷେତ୍ରରେ ଦେଶୀ କୋଭିଡ ଟିକାର ଭାଗ୍ୟ ନିର୍ଦ୍ଧାରଣ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.