WPL T-20 FINAL; ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ବିଜୟ ଲକ୍ଷ୍ୟ ୧୩୨ ରନ୍, ସଂଘର୍ଷ କରୁଛି ଦିଲ୍ଲୀ କ୍ୟାପିଟାଲ୍ସ

Published By : Prameya-News7 Bureau | March 26, 2023 IST

ମୁମ୍ବାଇ: ମହିଳା ଟି-୨୦ ପ୍ରିମିୟର ଲିଗ୍ ଫାଇନାଲ ମ୍ୟାଚ୍ । ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ବିଜୟ ଲକ୍ଷ୍ୟ ୧୩୨ ରନ୍ । ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୩୧ ରନ୍ ସଂଗ୍ରହ କରିଛି । ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ୧୩୨ ରନର ଲକ୍ଷ୍ୟକୁ ପିଛାକରି ଡବ୍ଲୁପିଏଲର ପ୍ରଥମ ଟାଇଟାଲ ଜିତିବା ଲକ୍ଷ୍ୟରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ବିଜୟ ମୁକୁଟ ପାଇଁ ସଂଘର୍ଷ କରୁଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପାଇଁ ନିର୍ଦ୍ଧାରିତ ୨୦ ଓଭରରେ ଦଳ ମାତ୍ର ୧୩୧ ରନ୍ କରିବାରେ ସକ୍ଷମ ହୋଇଛି । ଦିଲ୍ଲୀ ପକ୍ଷରୁ ଅଧିନାୟକ ଲାନ୍ନିଂ ୨୯ଟି ବଲରୁ ସର୍ବାଧିକ ୩୫ ରନ୍ ସଂଗ୍ରହ କରିଥିଲେ । ସେହିପରି ନିମ୍ନକ୍ରମ ବ୍ୟାଟର ସିଖା ପାଣ୍ଡେ ଏବଂ ରାଧା ଯାଦବ ୨୭ ଲେଖାଏଁ ରନ୍ କରି ଦଳ ପାଇଁ ଏକ ସମ୍ମାନସ୍ପଦ ସ୍କୋର ଛିଡାକରିଛନ୍ତି । ସିଖା ପାଣ୍ଡେ ୧୭ଟି ବଲରୁ ୨୭ ରନ୍ ଏବଂ  ରଧା ଯାଦବ ମାତ୍ର ୧୨ଟି ବଲ ଖେଳି ୨୭ ରନ୍  ସଂଗ୍ରହ କରିଛନ୍ତି । ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଓ୍ବଙ୍ଗ ଏବଂ ମାଥ୍ୟୁସ୍ ୩ଟି ଲେଖାଏଁ ଓ୍ବିକେଟ୍ ନେଇଥିଲେ । ସେହିପରି ମିଲେ କେର୍ ୨ଟି ଓ୍ବିକେଟ୍ ନେଇ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ର ୧୩୧ ରନ୍‌ରେ ରୋକିବାରେ ସକ୍ଷମ ହୋଇଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.