vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

DC vs MI: ମୁମ୍ବାଇ ସମର୍ଥନରେ ଓହ୍ଲାଇଲା ବେଙ୍ଗାଲୁରୁ, ମ୍ୟାଚ୍ ପୂର୍ବରୁ ବଦଳାଇଲା ନିଜର ପ୍ରୋଫାଇଲ୍ ଫଟୋ

21/05/2022 at 6:51 PM

ମୁମ୍ବାଇ: ଆଇପିଏଲ ୨୦୨୨ ଏବେ ରୋମାଞ୍ଚକର ମୋଡରେ ଆସି ପହଞ୍ଚି ଯାଇଛି। ଟୁର୍ଣ୍ଣାମେଣ୍ଟର ୬୮ଟି ମ୍ୟାଚ୍ ସରିଥିଲେ ବି ପ୍ଲେ ଅଫର ଗୋଟିଏ ସ୍ଥାନ ପାଇଁ ଦୁଇ ଦଳ ମଧ୍ୟରେ ଲଢେଇ ଜାରି ରହିଛି। ଏହାର ନିଷ୍ପତ୍ତି ଆଜି ଦିଲ୍ଲୀ ଏବଂ ମୁମ୍ବାଇ ମ୍ୟାଚ୍‌ର ପରିଣାମ ଉପରେ ନିର୍ଭର କରେ। ଆଜିର ମ୍ୟାଚ୍ ଜିତିବା ମୁମ୍ବାଇ ପାଇଁ ଯେତିକି ଜରୁରୀ ନୁହେଁ ତାଠୁ ଅଧିକ ଜରୁରୀ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ। ଏହା ମଧ୍ୟରେ ବେଙ୍ଗାଲୁରୁ ଏକ ବଡ ପଦକ୍ଷେପ ନେଇ ଗୁରୁତ୍ଵପୂର୍ଣ୍ଣ ପରିବର୍ତ୍ତନ କରିଛି।

ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିଜର ପ୍ରୋଫାଇଲ ପିକ୍‌ଚର ବଦଳାଇ ଦେଇଛି। ଦଳ ରୋହିତ ଶର୍ମାଙ୍କ ଦଳକୁ ନିଜର ସମର୍ଥନ ଦର୍ଶାଇଛନ୍ତି। ଆରସିବିର ନୂତନ ପ୍ରୋଫାଇଲ ଫଟୋର ରଙ୍ଗ ଲାଲରୁ ନୀଳ ହୋଇ ଯାଇଛି ଏବଂ ଏହାର କ୍ୟାପସନରେ ଲେଖା ହୋଇଛି #REDTURNSBLUE।

କାର୍ତ୍ତିକ ବି ଦେଖାଇଲେ ମୁମ୍ଵାଇର ଜର୍ସି

କେବଳ ଏତିକି ନୁହେଁ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଦିନେଶ କାର୍ତ୍ତିକ ମଧ୍ୟ ନିଜର ପୁରୁଣା ଫଟୋ ସେୟାର କରି ମୁମ୍ବାଇକ ସମର୍ଥନ ଜଣାଇଛନ୍ତି। କାର୍ତ୍ତିକ ଏହି ଫଟୋରେ ନିଜର ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସିରେ ନଜର ଆସିଛନ୍ତି।

ବେଙ୍ଗାଲୁରୁ ନିଜର ଟୁଇଟର ହ୍ୟାଣ୍ଡେଲରେ ଏକ ଚିଠି ପୋଷ୍ଟ କରି ରୋହିତ ଶର୍ମା ଏବଂ ତାଙ୍କ ଦଳକୁ ନିଜର ସମର୍ଥନ ବ୍ୟକ୍ତ କରିଛନ୍ତି। ମ୍ୟାଚ୍ ପାଇଁ ବେଙ୍ଗାଲୁରୁ ମୁମ୍ବାଇକୁ ଶୁଭକାମନା ଜଣାଇଛନ୍ତି।

କାହିଁକି ମୁମ୍ବାଇକୁ ସମର୍ଥନ କରୁଛି ବେଙ୍ଗାଲୁରୁ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଆଇପିଏଲ ୨୦୨୨ରେ ଏକ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ୮ ଓ୍ଵିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ବେଙ୍ଗାଲୁରୁର ପ୍ଲେ ଅଫ ଆଶା ଉଜ୍ଜିବୀତ ରହିଛି। ହେଲେ ଏହି ବିଜୟ ପରେ ବି ବେଙ୍ଗାଲୁରୁର ପ୍ଲେ ଅଫରେ ପହଞ୍ଚିବା ସହଜ ନୁହେଁ। କାରଣ ଅନ୍ତିମ ଚାରିରେ ସ୍ଥାନ ପାଇବା ପାଇଁ ଦଳକୁ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲାର ପରିଣାମ ଉପରେ ନିର୍ଭର କରିବାକୁ ପଡିବ। ଶନିବାର ଓ୍ଵାଙ୍ଖଡେ ଷ୍ଟାଡିୟମରେ ହେବାକୁ ଥିବା ମ୍ୟାଚରେ ଯଦି ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦିଏ ତେବେ ବେଙ୍ଗାଲୁରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍  ପଡିବ ଏବଂ ଦିଲ୍ଲୀ ପ୍ଲେ ଅଫରେ ନିଜର ସ୍ଥାନ ସୁନିଶ୍ଚିତ କରିବ।

ନିଜର ଶେଷ ମ୍ୟାଚ୍‌ ଜିତିବା ପରେ ବି ବେଙ୍ଗାଲୁରୁର ନେଟ୍ ରନ ରେଟ୍ ବିଯୁକ୍ତ ଥିବା ବେଳେ ଦିଲ୍ଲୀର ଯୁକ୍ତ ରହିଧଛି। ତେଣୁ ଏବେ ବେଙ୍ଗାଲୁରୁର ପ୍ଲେ ଅଫ ଚାବି ମୁମ୍ବାଇ ଇଣ୍ଡିଆନ୍ସ ହାତରେ ରହିଛି। ଏହା ଦେଖିବା ବାକି ରହିଲା ଯେ, ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସ ବେଙ୍ଗାଲୁରୁକୁ ପ୍ଲେ ଅଫ ପର୍ଯ୍ୟନ୍ତ ନେଇ ପାରୁଛି କି ନାହିଁ।

ରୋଚକ କଥା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସମସ୍ତ ଖେଳାଳି, ସଦସ୍ୟ, ପ୍ରବନ୍ଧକ ସହିତ ପ୍ରଶଂସକ ଉକ୍ତ ମ୍ୟାଚରେ ମୁମ୍ବାଇର ବିଜୟ କାମନା କରିବେ। ଅଧିନାୟକ ଫାଫ ଡୁ ପ୍ଲେସିସ୍ ମଧ୍ୟ କହି ସାରିଛନ୍ତି ଯେ, ସେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁକାବିଲାରେ ରୋହିତଙ୍କ ଦଳକୁ ସମର୍ଥନ ଦେବେ। ଦିଲ୍ଲୀ ବିପକ୍ଷ ନିଜ ଶେଷ ମୁକାବିଲାରେ ମୁମ୍ବାଇ  ଭଲ  ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି। ଆମେ ଶେଷ ମ୍ୟାଚରେ ଭଲ କ୍ରିକେଟ୍ ଖେଳିଲୁ। ବିରାଟ କୋହଲି ନେଟ୍‌ ଖୁବ୍ ପରିଶ୍ରମ କରିଥିଲେ। ହେଲେ କିଛି ପ୍ରଦର୍ଶନରେ ନିରନ୍ତରତାର ଅଭାବ କାରଣରୁ ଆମକୁ ଆଜି ଏହି ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି। ଏବେ ରୋହିତଙ୍କଠୁ ଆମେ ଭଲ ପ୍ରଦର୍ଶନ ଆଶା କରୁଛୁ ବୋଲି ରୋହିତ ଶର୍ମା କହିଛନ୍ତି।

ବେଙ୍ଗାଲୁରୁ ଲିଗ୍ ପର୍ଯ୍ୟାୟରେ ସମସ୍ତ ୧୪ ମ୍ୟାଚ୍ ଖେଳିବା ପରେ ୮ ବିଜୟ ସହ ୧୬ ପଏଣ୍ଟ  ପାଇଛି। ଦଳ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ୧୩ଟି ମ୍ୟାଚ୍‌ରୁ ୭ ବିଜୟ ସହ ୧୪ ପଏଣ୍ଟ ହାସଲ କରିଛି। ଯଦି ଦିଲ୍ଲୀ ମୁମ୍ବାଇ ବିପକ୍ଷରେ ବିଜୟ ହାସଲ କରେ ତେବେ ଦଳ ୧୬ ପଏଣ୍ଟ ସହ ପ୍ଲେ ଅଫରେ ପ୍ରବେଶ କରିବ। ଦିଲ୍ଲୀର ନେଟ୍ ରନ ରେଟ୍ +0.255 ରହିଥିବା ବେଳେ ବେଙ୍ଗାଲୁରୁର ନେଟ୍ ରନ ରେଟ୍ -0.253  ରହିଛି।

   Related Posts