ସ୍କୁଲରେ ଆଉ ‘ସାର୍’ କି ‘ମ୍ୟାଡମ୍’ ଡାକିପାରିବେନି  ଛାତ୍ରଛାତ୍ରୀ, ଜାଣନ୍ତୁ ଏବେ 'ଶିକ୍ଷକ'ଙ୍କୁ ସମ୍ବୋଧନ କରିବେ କ'ଣ?

Published By : Prameya-News7 Bureau | January 14, 2023 IST

ତିରୁଅନନ୍ତପୁରମ ୧୪।୧: କେରଳ ଶିଶୁ ଅଧିକାର ଆୟୋଗ ଏକ ନିର୍ଦ୍ଦେଶରେ ସବୁ ସ୍କୁଲ ଶିକ୍ଷକଙ୍କୁ ‘ସାର’ ଓ ‘ମ୍ୟାଡମ’ ବଦଳେ ‘ଟିଚର’ ବୋଲି ସମ୍ବୋଧନ କରାଯିବା ଦରକାର ବୋଲି କହିଛନ୍ତି। ଏଥିରୁ ଭବିଷ୍ୟତରେ ଅନ୍ୟ ରାଜ୍ୟଙ୍କ ସ୍କୁଲରେ ମଧ୍ୟ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକଙ୍କୁ ସମ୍ବୋଧିତ କରିବା ପାଇଁ ‘ସାର’ ଓ ‘ମ୍ୟାଡମ’ ଭଳି ବିଶେଷଣର ସମାପ୍ତ ହୋଇପାରେ ବୋଲି କୁହାଯାଉଛି। ତେବେ କେରଳ ସ୍କୁଲମାନଙ୍କରେ ଏବେ ସାର ଓ ମ୍ୟାଡମ ସମ୍ବୋଧନ ବନ୍ଦ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।

{"id":732994,"width":838,"height":559,"sizeSlug":"full","linkDestination":"none"}

ନୂଆ ବ୍ୟବସ୍ଥା ପାଳନ ହେବା ପରେ ଶିକ୍ଷକଙ୍କୁ କଥାବାର୍ତ୍ତା କାଳରେ ଛାତ୍ରଛାତ୍ରୀଙ୍କୁ କେବଳ ‘ଟିଚର’ ଶବ୍ଦ ପ୍ରୟୋଗ କରିବାକୁ ପଡିବ। ଏହି ସନ୍ଦର୍ଭରେ କେରଳ ଶିଶୁ ଅଧିକାର ଆୟୋଗ (କେଏସସିପିସିଆର) ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ରାଜ୍ୟର ସବୁ ସ୍କୁଲକୁ ଶିକ୍ଷକଙ୍କୁ ସେମାନଙ୍କ ଲିଙ୍ଗ (ଜେଣ୍ଡର) ଅନୁସାରେ ସାର ଅଥବା ମ୍ୟାଡମ ସମ୍ବୋଧନ କରିବା ବଦଳେ ‘ଶିକ୍ଷକ’ ବା ଟିଚର ରୂପେ ସମ୍ବୋଧନ କରିବେ। କେରଳ ଶିଶୁ ଅଧିକାର ପ୍ୟାନେଲ ‘ସାର’ ଓ ‘ମ୍ୟାଡମ’ ମାନଦଣ୍ଡ ତୁଳନାରେ ‘ଟିଚର’ ଅଧିକ ଜେଣ୍ଡର ନ୍ୟୁଟ୍ରାଲ ଶବ୍ଦ ବୋଲି କହିଛନ୍ତି। ଏଣୁ ଆଦେଶରେ ‘ସାର’ ଓ ‘ମ୍ୟାମ୍’ ସମ୍ବୋଧନରୁ ବର୍ତ୍ତିବା ଲାଗି ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।

{"id":732995,"sizeSlug":"full","linkDestination":"none"}

କେରଳ ରାଜ୍ୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ (କେଏସସିପିସିଆର) ନିକଟରେ ଜାରି କରିଥିବା ଆଦେଶରେ ‘ସାର’ ଓ ‘ମ୍ୟାଡମ’ ବଦଳେ ‘ଟିଚର’ ଶବ୍ଦ ଲୈଙ୍ଗିକ ପୂର୍ବାଗ୍ରହ ରଖୁନଥିବା କହିଛନ୍ତି। ଆୟୋଗଙ୍କ ଅଧ୍ୟକ୍ଷ କେ.ଭି.ମନୋଜ କୁମାର ଓ ସଦସ୍ୟ ସି. ବିଜୟ କୁମାରଙ୍କ ପୀଠ ସାଧାରଣ ଶିକ୍ଷା ବିଭାଗଙ୍କୁ ସମସ୍ତ ସ୍କୁଲରେ ‘ଶିକ୍ଷକ’ ସମ୍ବୋଧନ କରିବାକୁ ନିର୍ଦ୍ଦେଶ ଦେବା ଲାଗି କହିଛନ୍ତି। ଲିଙ୍ଗ ଅନୁସାରେ ଶିକ୍ଷକଙ୍କୁ ସାର ଓ ମ୍ୟାଡମ ଡାକିବା ଯୋଗୁ ହେଉଥିବା ଲିଙ୍ଗଗତ ଭେଦଭାବକୁ ସମାପ୍ତ କରିବା ପାଇଁ ଜନୈକ ବ୍ୟକ୍ତି ପିଟିସନ ଦାଖଲ କରିଥିଲେ। ଯାହାର ଶୁଣାଣି କରି ଆୟୋଗ ଏହି ନିର୍ଦ୍ଦେଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.